ବାରବାଟୀରେ ସୁରକ୍ଷା ଅନୁଧ୍ୟାନ

କଟକ() ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସୁରକ୍ଷା ଯାଂଚ କଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି କାର୍ଯ୍ୟକ୍ରମରେ ଡିଜିପି ଓ ସିପି ମଧ୍ୟ ସାମିଲ ଥିଲେ । ଆସନ୍ତା ୨୨ ତାରିଖରେ ମ୍ୟାଚ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ହେବ ବୋଲି ସୂଚନା ମିଳିଛି ।

ସୂଚନାଅନୁସାରେ, କମିଶନରେଟ ପୁଲିସ ପକ୍ଷରୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ପୁର୍ବରୁ କମିଶନରେଟ ପୁଲିସ ମୁଖ୍ୟାଳୟରେ ଓଡିଶା କି୍ରକେଟ ଆସୋସିଏସନ କର୍ମକର୍ତ୍ତଙ୍କ ସହ କମିଶନରେଟ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ଆଲୋଚନା ହୋଇଥିଲା । ଏଥର ୪୦ହଜାର ଟିକେଟ ବିକ୍ରି ହେବା ସମ୍ଭାବନା ରହିଛି । ଡିସେମ୍ବର ୫ରୁ ଅନଲାଇନରେ ଟିକେଟ ଉପଲବ୍ଧ ହୋଇଥିବା ବେଳେ ୧୯ରୁ ଅଫଲାଇନ ଅର୍ଥାତ ସ୍ୱତନ୍ତ୍ର କାଉଣ୍ଟରରେ ଟିକେଟ ବିକ୍ରି ହେବ ।

Share

Leave a Reply

Your email address will not be published. Required fields are marked *

thirteen − six =