୬ଟି ଜିଲ୍ଲାର ସ୍ୱାସ୍ଥ୍ୟଭୂମିର ଉନ୍ନତୀକରଣ ହେବ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେସ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗସ୍ତ କରି ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ । ମୋ ସରକାର ଟିମର ଗସ୍ତ ପରେ ରୋଗୀମାନଙ୍କ ଫିଡବ୍ୟାକ ଓ ଡାକ୍ତରଙ୍କ ସହ ଆଲୋଚନାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ଭିତ୍ତିଭୂମୀ ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗୀର ସନ୍ଥ ଭିମଭୋଇ ମେଡିକାଲ କଲେଜର 6ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 15 ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଏହି ଛଅଟି ଜିଲ୍ଲାର ପୋଲିସ ଏସପି ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ  । ଏହିସବୁ ଜିଲ୍ଲାର ହସ୍ପିଟାଲରେ ରୋଗୀଙ୍କ ସହଯୋଗୀଙ୍କ ପାଇଁ ରେଷ୍ଟ ସେଡ ନିର୍ମାଣ କରାଯିବ ।

ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ 50ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବର୍ହି ବିଭାଗ ଚିକିତ୍ସା ବିଲଡିଂ ନିର୍ମାଣ କରାଯିବ । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା ଗୃହ ପାଇଁ ନୂଆ ବଲଡିଂ ନିର୍ମାଣ କରାଯିବ । ସଦର ମହକୁମା ହସ୍ପଟାଲରେ ରୋଗୀ ପରୀକ୍ଷା ପାଇଁ ସମନ୍ବିତ ଲାଇରେଟୋରୀର ଉନ୍ନତିକରଣ କରାଯିବ ଏବଂ ଡାଇଲିସିସ୍ କେନ୍ଦ୍ର ଓ ଆଇସିୟୁ ପ୍ରତିଷ୍ଠା କରାଯିବ । ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ବୁର୍ଲାସ୍ଥିତ ଭିମସାରର ଏକ ସାଟେଲାଇଟ କେନ୍ଦ୍ର ଭାବେ ବିକଶିତ କରାଯିବ । ଡିପିଏମୟୁ ବିଲଡିଂ ପାଇଁ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ କରାଯିବ ।

ଦେବଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା 60ରୁ 200କୁ ବୃଦ୍ଧି କରାଯିବ । ଅନୁଗୁଳ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା 192ରୁ 300କୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟାମ୍ପସ ମଧ୍ୟରେ ଏକ ନୂଆ ବିଲଡିଂ ମଧ୍ୟ ନିର୍ମାଣ କରାଯିବ । ଡାଇଲିଲିସ୍ ୟୁନିଟର ସଂପ୍ରସାରଣ କରାଯିବ । ଆଇିସିୟୁ ୟୁନିଟର ସୁଦୃଢୀକରଣ ସହ ଆନାସ୍ଥେସିଆ ୱାର୍କଷ୍ଟେସନ, ଅତିରିକ୍ତ ଇସିଜି ମେସିନ ଯୋଗାଇଦିଆଯିବ । କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ଶଯ୍ୟା ସଂଖ୍ୟା 175ରୁ 200କୁ ବୃଦ୍ଧି କରାଯିବ । ନୂଆ କ୍ୟାମ୍ପସର ଷ୍ଟାଫ କ୍ବାଟର୍ସ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ ।

ସୋନପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାର 200 ଶଯ୍ୟା ବିଶିଷ୍ଟ ନୂଆ 7 ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଏକ ମାସ ମଧ୍ୟରେ ଆରମ୍ଭ କରାଯିବ । ଏହାସହିତ ବର୍ତ୍ତମାନ କାର୍ଯ୍ୟ କରୁଥିବା ଜିଲ୍ଲା ଡାକ୍ତରଖାନାରେ ସେବାର ମାନ ବୃଦ୍ଧି ପାଇଁ ଅତିରିକ୍ତ ଭାବେ ଅଲଟ୍ରାସାଉଣ୍ଡ ମେସିନ ଯୋଗାଇ ଦିଆଯିବ । ଏଥିସହିତ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ବିଲଡିଂ ନିର୍ମାଣ 24 ମାସ ମଧ୍ୟରେ ସମ୍ପୁର୍ଣ୍ଣ ହେବ ।

Share

Leave a Reply

Your email address will not be published. Required fields are marked *

nineteen − 5 =