କେବଳ ଓଡିଶାରେ ନୁହେଁ, ସାରା ଭାରତ ବର୍ଷରେ ପିଆଜ ସମସ୍ୟା ରହିଛି

ଭୁବନେଶ୍ୱର() ପିଆଜର ଅହେତୁକ ଦର ବୃଦ୍ଧକୁ ନେଇ ପ୍ରତିକି୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ମନ୍ତ୍ରୀ କହିଛନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ପିଆଜ ଦର । ଏହା କେବଳ ଆମର ନୁହେଁ, ସାରା ଭାରତ ବର୍ଷରେ ଏହି ସମସ୍ୟା ରହିଛି । ଏଥିପାଇଁ ପରିବେଶ ସନ୍ତୁଳନର ଅଭାବ ଓ ବାୟୁ ପ୍ରଦୂଷଣ ଦାୟୀ ବୋଲି କହିଛନ୍ତି ମନ୍ତ୍ରୀ । ନାସିକରେ ଏକର ପିଛା ୩ ଟନ ପିଆଜ ଉପôାଦନ ଥିଲା, ହେଲେ ଏବେ ଏକର ପିଛା ୧୦ କ୍ୱିଣ୍ଟାଲରେ ସୀମିତ ରହୁଛି । ଭାରତରେ ଦୈନିକ ୧୦ ଲକ୍ଷ ମେଟି୍ରକ ଟନ ପିଆଜ ଦରକାର ହେଲେ ଇଜିପ୍ଟରୁ ଆସୁଛି ଦୈନିକ ୧ଲକ୍ଷ ମେଟି୍ରକ ଟନ ପିଆଜ । ତେଣୁ ବର୍ତ୍ତମାନର ସ୍ଥିତିକୁ ଜାତୀୟ ବିପତ୍ତି କହିଲେ ଅତ୍ୟୁକ୍ତି ହେବନି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ପିଆଜର ଅହେତୁକ ଦର ବୃଦ୍ଧପରେ ଦେଖାଦେଇଥିବା ପ୍ରବଳ ଜନଆକ୍ରୋଶର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ଦର କମିବା ପାଇଁ ନୁହେଁ ନିଜ ସୁରକ୍ଷା ପାଇଁ । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘର ସମ୍ମୁଖରେ ପୁଲିସ ମୁତୟନ ହୋଇଛନ୍ତି । ବିରୋଧୀ ଗୋଷ୍ଠୀ ମନ୍ତ୍ରୀମାନଙ୍କ ଘରକୁ ଧଶେଇ ପସିବା ପାଇଁ ଉଦ୍ୟମ, ଟମୋଟା ଫୋପାଡିବା ପରି ଘଟଣା ପୂର୍ବରୁ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

2 + 18 =