୩ଟି ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର() ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ବିମାନବନ୍ଦର । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ ଖାରୋଲା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଲୋକଙ୍କୁ ବିମାନସେବା ଯୋଗାଇବା ପାଇଁ କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଆଉ ୩ଟି ବିମାନବନ୍ଦର ପ୍ରତିଷ୍ଠା ହେବ।

ଆଲୋଚନା ପରେ ଗଣମାଧ୍ୟମକୁ ଶ୍ରୀ ଖାରୋଲା ସୂଚନା ଦେଇ କହିଥିଲେ, ଉଡ଼ାନ୍ ୪ ଯୋଜନାରେ ଏହିସବୁ ବିମାନବନ୍ଦର ପ୍ରତିଷ୍ଠା କରାଯିବ। ବିମାନବନ୍ଦର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇବା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି।

Share

Leave a Reply

Your email address will not be published. Required fields are marked *

eleven − 1 =