ଇସ୍ରୋ ଯିବେ 20 ଯୁବ ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ବର (): ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନ୍ବେଷଣ (ୟାଟସ୍)ର ୧୨ତମ ସଂସ୍କରଣ ବିଜେତାଙ୍କ ପରିଦର୍ଶନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ବିଜେତା ହୋଇଥିବା ୨୦ ଜଣିଆ ଛାତ୍ରଛାତ୍ରୀ ଦଳ ଅହମ୍ମଦାବାଦ ଠାରେ ଥିବା ଅନ୍ୟତମ ପ୍ରିମିୟର ସଂସ୍ଥା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପରିଦର୍ଶନ କରିବେ ଏବଂ ଅତି ନିକଟରୁ ମହାକାଶ ବିଜ୍ଞାନର ଅନୁଭୂତି ହାସଲ କରିପାରିବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟାଟସର ୧୩ତମ (୨୦୧୯-୨୦) ସଂସ୍କରଣକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ୨୦୧୮ରେ ଛାତ୍ରଛାତ୍ରୀଙ୍କ ତରଫରୁ ଉଲ୍ଲେଖନୀୟ ଅଂଶଗ୍ରହଣ ପରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ପାଇଁ ୟାଟସକୁ ଅଧିକ ସମୃଦ୍ଧ କରିବାକୁ ପରବର୍ତି ସଂସ୍କରଣ ଉନ୍ମୋଚନ କରାଯାଇଛି । ୟାଟସ୍ ୨୦୧୯ର ବିଷୟବସ୍ତୁ ହେଉଛି “ବ୍ରହ୍ମାଣ୍ଡର ଆଶ୍ଚର୍ଯ୍ୟଗୁଡ଼ିକୁ ସନ୍ଧାନ କରିବା” ଏବଂ ଏଥିରେଏହି ପ୍ରତିଯୋଗିତା ମଧ୍ୟ ରହିବ: ଏକ ଖୋଲାକୁଇଜ୍ (ଷଷ୍ଠରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ) ଏବଂ ଏକ ପ୍ରବନ୍ଧ ପ୍ରତିଯୋଗିତା (ନବମ ଓ ଦଶମଶ୍ରେଣୀଛାତ୍ରଛାତ୍ରୀଙ୍କ ପାଇଁ)

ପ୍ରତି ଜିଲ୍ଲାର ଦୁଇଟି ଶ୍ରେଷ୍ଠ ପ୍ରବନ୍ଧକୁ ଚୟନ କରାଯିବ ଏବଂ ପଠାଣୀ ସାମନ୍ତଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ବରରେ ୨୦୧୯ ଡିସେମ୍ବର ୧୨-୧୩ରେ ଆୟୋଜନ କରାଯିବାକୁ ଥିବା ଗ୍ରାଣ୍ଡ୍ ଫିନାଲେକୁ ଆମନ୍ତ୍ରଣ କରାଯିବ । ଏହି ଅବସରରେ ଶ୍ରେଷ୍ଠ ୨୦ ଜଣଙ୍କୁ ମଧ୍ୟ ସମ୍ମାନିତ କରାଯିବ ଏବଂ ସେମାନଙ୍କୁ ଏକ୍ସପୋଜର ପରିଦର୍ଶନରେ ପଠାଯିବ ।

ବିଜ୍ଞାନ ଓ ପ୍ରଯୁକ୍ତିରାଷ୍ଟ୍ରମନ୍ତ୍ରୀ, ସରକାରିଶିଳ୍ପ ଓ ସାମାଜିକ ନିରାପତା ଓ ଦିବ୍ୟାଙ୍ଗ ସଶକ୍ତୀକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, କୈଳାସଚନ୍ଦ୍ର ସାହୁ, ଅତିରିକ୍ତସଚିବ, ବିଜ୍ଞାନ ଓ ପ୍ରଯୁକ୍ତିବିଭାଗ ଓ ନିର୍ଦେଶକ, ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍, କୁଲଭିନ ସୁରୀ, ମୁଖ୍ୟ, କର୍ପୋରେଟ ଯୋଗାଯୋଗ, ଟାଟାଷ୍ଟିଲ୍, ଭାରତ ଓ ଦକ୍ଷିଣ-ପୂର୍ବଏସିଆ (ଏସଇଏ) ଅନ୍ୟତମ ଅତିଥି ଭାବେଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ କୁଲଭିନ ସୁରୀ କହିଛନ୍ତି ଯେ, “ମହାକାଶବିଜ୍ଞାନ ଉପରେ ପର୍ଯ୍ୟବେସିତ ୟାଟସ୍ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ପାଠପଢ଼ା ବାଦ ଆଗକୁ ଭାବିବାଏବଂ ନିଜର ଚିନ୍ତାଧାରାକୁ ସର୍ବୋଚ୍ଚ ସ୍ତରକୁ ନେବାରେ ଏହା ଯୁବ ପ୍ରତିଭାମାନଙ୍କୁ ନିରନ୍ତର ଭାବେ ଅନୁପ୍ରାଣିତ କରୁଛି । ବର୍ଷକୁ ବର୍ଷ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରୁଥିବାରୁ ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମକୁ ସମୃଦ୍ଧ କରିବାକୁ ଆମେ ପ୍ରତିବଦ୍ଧ ।

ଓଡ଼ିଶାର କିମ୍ବଦନ୍ତୀ ଜ୍ୟୋତିବିଜ୍ଞାନୀ ପଠାଣୀ ସାମନ୍ତଙ୍କ ଉଲ୍ଲେଖନୀୟ ଯୋଗଦାନକୁ ସ୍ବକୃତି ପ୍ରଦାନ କରିବା ଏବଂ ମହାକାଶବିଜ୍ଞାନ ଓ ଜ୍ୟୋର୍ତିବିଜ୍ଞାନର ବିଭିନ୍ନ ବିଷୟ ଉପରେ ଅଭିନବ ଚିନ୍ତାଧାରାର ପରିପ୍ରକାଶ ପାଇଁ ଯୁବବର୍ଗଙ୍କୁ ଉତ୍ସାହିତ କରିବା ପାଇଁ ଟାଟାଷ୍ଟିଲ ତରଫରୁଏହି ପ୍ରମୁଖ କାର୍ଯ୍ୟକ୍ରମକୁ ୨୦୦୭ ପରଠାରୁ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସହଯୋଗିତାରେ ଆୟୋଜନ କରାଯାଉଛି । ବିଗତ ୧୨ ବର୍ଷରେ ୟାଟସରେ ୧,୩୮,୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୬୦ ବିଜେତା ଛାତ୍ରଛାତ୍ରୀ ଭାରତରେ ଇସ୍ରୋରେ ଥିବା ବିଭିନ୍ନ କେନ୍ଦ୍ର ବା ବ୍ୟବସ୍ଥା ବୁଲି ଦେଖିବାର ସୁଯୋଗ ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × five =