ମଳ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ବିଏମସିକୁ ମାନ୍ୟତା

ଭୁବନେଶ୍ୱର() ବିଶ୍ୱସ୍ତରରେ ଭୁବନେଶ୍ୱର ମହାନଗର ନିଗମ ସୃଷ୍ଟି କରିପାରିଛି ସ୍ୱତନ୍ତ୍ର ପରିଚୟ । ପରିମଳ ଓ ପରିବେଶ ଉପରେ ଗୁରୁତ୍ୱ ଦେଉଥିବା ବିଏମସିକୁ ମିଳିଛି ବଡ଼ ସଫଳତା । ମଳ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ବିଏମସିକୁ ମିଳିଛି ଆାଇଏସ୍ଓ ସାର୍ଟିଫିକେଟ୍ । ଏକ୍ଷେତ୍ରରେ ବିଏମସି ଦେଶର ପ୍ରଥମ ତଥା ଏକମାତ୍ର ପୌରସଂସ୍ଥା ଭାବେ ଏହି ମାନ୍ୟତା ପାଇଥିବା ବେଳେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ବିଏମସି । ପ୍ରଥମ ସ୍ଥାନ ଅଧିକାର କରିଛି ବାଂଲାଦେଶର ଜେହ୍ନେଇଦା ପୌରସଂସ୍ଥା । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏଭଳି ସଫଳତାକୁ ରାଜଧାନୀବାସୀଙ୍କୁ ଉତ୍ସର୍ଗ କରିଛି ବିଏମସି ।

ଭୁବନେଶ୍ୱର ସହରର ମଳ ପରିଚାଳନା ଥିଲା ବଡ଼ ସମସ୍ୟା । ଲୋକେ ସିଧାସଳଖ ନାଳ ଓ କେନାଲକୁ ସଂଯୋଗ କରି ଦେଉଥିଲେ ପାଇଖାନା ସହ । ଏହି ସମସ୍ୟାର ସମାଧାନ ପାଇଁ ଅମୃତ ଯୋଜନାରେ ପ୍ରାୟ ୪ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିଲା ମଳ ଉପଚାର ସୁବିଧା କେନ୍ଦ୍ର । ଜନବସତି ଠାରୁ ଦୂରରେ ବାସୁଆଘାଇ ଠାରେ ସ୍ଥାପନ ହୋଇଥିଲା ଏହି କେନ୍ଦ୍ର । ବିଏମସି ଓ ଘରୋଇ ସଂସ୍ଥାର ମିଳିତ ସହଯୋଗରେ ଲୋକଙ୍କୁ ଦିଆଗଲା ସେବା ।

Share

Leave a Reply

Your email address will not be published. Required fields are marked *

10 − 7 =