ଆଇସିଏସଇର ଦଶମ ଓ ଆଇଏସସିର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ() ଦେଶରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି । ଏନେଇ ସ୍କୁଲ ଓ କଲେଜ ଖୋଲିପାରୁ ନାହିଁ । କୌଣସି ପରୀକ୍ଷା ମଧ୍ୟ ହୋଇପାରୁନାହିଁ । କିନ୍ତୁ ଏହାରି ମଧ୍ୟରେ ସାରା ଦେଶରେ ଆଇସିଏସଇର ଦଶମ ଓ ଆଇଏସସିର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାରା ଦେଶରେ ଦଶମରେ ୯୯.୩୪ପ୍ରତିଶତ ପିଲା ପାସ ହୋଇଛନ୍ତି । ସେହିପରି ଦ୍ୱାଦଶରେ ୯୬.୮୨ପ୍ରତିଶତ ପରୀକ୍ଷାର୍ଥୀ ପାସ ହୋଇଛନ୍ତି । ଦେଶରେ ଦଶମ ଶ୍ରେଣୀରେ ୨ଲକ୍ଷ ୭ହଜାର ୯୦୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨ଲକ୍ଷ ୬ହଜାର ୫୨୫ ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି । ଦ୍ୱାଦଶରେ ୮୮ହଜାର ୪୦୯ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୫ହଜାର ୬୧୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାର୍ଥୀମାନେ cisce.org, result.cise.orgରେ ପରୀକ୍ଷା ଫଳ ଦେଖିପାରିବେ ।

Share

Leave a Reply

Your email address will not be published. Required fields are marked *

five × 3 =