ରାଜଧାନୀରୁ ୪୫ ଜଣ କରୋନା ପଜିଟିଭ୍

ଭୁବନେଶ୍ବର() ଆଜି ରାଜଧାନୀରୁ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୫ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୮ ଜଣ ସୁସ୍ଥ ଓ ୨୮୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ଥାନୀୟରୁ ବାହାରିଥିବା ୧୦ ଜଣଙ୍କ ମଧ୍ୟରୁ ବଡ଼ଗଡ଼ର ୪୫ ବର୍ଷୀୟ ପୁରୁଷ, ପଟିଆର ୭୧ ବର୍ଷୀୟ ପୁରୁଷ, ଶୈଳଶ୍ରୀବିହାରର ୭୩ ବର୍ଷୀୟ ମହିଳା, ଘାଟିକିଆର ୮୩ ବର୍ଷୀୟ ପୁରୁଷ, ଶୈଳଶ୍ରୀବିହାରର ୭୩ ବର୍ଷୀୟ ମହିଳା, ଘାଟିକିଆର ୮୩ ବର୍ଷୀୟ ପୁରୁଷ, ଶୁକବିହାର ଅଞ୍ଚଳର ୨୫ ବର୍ଷୀୟ ପୁରୁଷ ଓ ୪୫ ବର୍ଷୀୟ ମହିଳା ପଜିଟିଭ, ସୂର୍ଯ୍ୟନଗରର ୨୯ ବର୍ଷୀୟ ଓ ଚନ୍ଦ୍ରଶେଖରପୁରର ୫୪ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ତେବେ ଆଜି ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗି ୭୫୫ ଜଣ କରୋନାରେ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

15 − eight =