ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ଡିଜିପିଙ୍କ ଆହ୍ୱାନ

ଭୁବନେଶ୍ୱର() ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ଡିଜିପି ଅଭୟ । ଏନେଇ ଶୁକ୍ରବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଭଳି ୫ ଜିଲ୍ଲାକୁ ବାଦ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ୫ ଜିଲ୍ଲାକୁ ଏଲଡବ୍ଲୁ୍ୟଇ ପ୍ରଭାବିତ ଏସଆରଇ ଜିଲ୍ଲାରୁ ବାଦ ଦିଆଯାଇଛି । ଆମ ସୁରକ୍ଷା ବ୍ୟବସ୍ଥାରେ କେତେ ଉନ୍ନତି ଆସିଛି ଏଥିରୁ ତାହା ପ୍ରମାଣିତ ହୋଇଛି । ସାରା ଓଡ଼ିଶାକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି କହିଛନ୍ତି । ନକ୍ସଲ ବିରୋଧୀ ଅଭିଯାନରେ ଓଡ଼ିଶା ପୁଲିସ ବହୁତ ଭଲ କରୁଛି । ୨୦୧୯ରେ ୧୩ ଓ ୨୦୨୦ରେ ଏଯାଏଁ ୧୭ ନକ୍ସଲ ଆତ୍ମସମର୍ପଣ କଲେଣି । ନକ୍ସଲମାନେ ସେମାନଙ୍କ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସନ୍ତୁ । ସରକାର ବହୁତ ଭଲ ଥଇଥାନ ଯୋଜନା କରିଛନ୍ତି, ତାର ସୁଯୋଗ ନିଅନ୍ତୁ ବୋଲି ଡିଜିପିି ନକ୍ସଲମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 8 =