ଓଡ଼ିଶାର ୨ ଯବାନଙ୍କ ଶୌର୍ଯ୍ୟ ଚକ୍ର

ଭୁବନେଶ୍ୱର: ଓଡ଼ିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ । ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ । କମାଣ୍ଡୋ ସୁଧିର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ସାହସିକତା ଓ ବୀରତ୍ୱ ପାଇଁ ୨ ଜଣଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ । ମାଓବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ଏହି ୨ ଯବାନ । ୨୦୨୦ ସେପ୍ଟେମ୍ବର ୯ରେ ସହିଦ ହୋଇଥିଲେ । କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ହୋଇଥିଲା ଗୁଳି ବିନିମୟ । ଏଥିରେ ସହିଦ ହୋଇଥିଲେ ଦୁଇ ଓଡ଼ିଆ ଯବାନ । ତେବେ ପ୍ରଥମଥର ଲାଗି ଓଡ଼ିଶାର ୨ ଯବାନଙ୍କୁ ମିଳୁଛି ଏହି ସମ୍ମାନ ।

Share

Leave a Reply

Your email address will not be published. Required fields are marked *

5 × 1 =