ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ୍ ମେଡାଲ

ଭୁବନେଶ୍ୱର: ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ୍ ମେଡାଲ୍ । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩ ଶହ ୮୦ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୮୦ ଜଣଙ୍କୁ ସାହସିକତା ପୁଲିସ୍ ମେଡାଲ ନେଇ ଘୋଷଣା କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍ ମେଡାଲ ମିଳିବ । ୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ମିଳିବ ପୁଲିସ୍ ପଦକ । ଦେଶରେ ମୋଟ୍ ୬୬୨ ପୁଲିସଙ୍କୁ ମିଳିବ ସାହସିକତା ପୁଲିସ୍ ପଦକ । ୬୨୮ ଜଣଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ୍ ମେଡାଲ୍ ପ୍ରଦାନ କରାଯିବ । ୮୮ ଜଣଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ ।
ଅନ୍ୟପକ୍ଷେ, ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପୁଲିସ୍ ପଦକ ମିଳିବ । କଟକ ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସପି ଜୟରାମ ଶତପଥୀ, ଏସଓଜି ଡେପୁଟୀ କମାଣ୍ଡାଣ୍ଟ ଅଶୋକ କୁମାର ସାହୁ, କଟକ ୟୁପିଡିର ସହକାରୀ କମିଶନର ଅମରେନ୍ଦ୍ର ପଣ୍ଡାଙ୍କୁ ଏହି ପଦକ ମିଳିବ । ସେହିପରି ସମ୍ବଲପୁରର ଡେପୁଟୀ ଏସପି ତପନ କୁମାର ସାହୁ, ଭବାନୀପାଟଣାର ଭିଜିଲାନ୍ସ ଡେପୁଟୀ ଏସପି ସତ୍ୟବାନ ମହାନନ୍ଦ, ବରଗଡ଼ର ଡେପୁଟୀ ଏସପି ପ୍ରଦୀପ କୁମାର ସାହୁ, ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏସଆଇ ସୁକାନ୍ତ କୁମାର ମହାନ୍ତି, ଭୁବନେଶ୍ବର ୟୁପି ଓ ଟିଟିଆଇର ହାବିଲଦାର ଶେଖ୍ ଅବିର, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ଭଗବାନ ସାହୁ ଓ ରାଉରକେଲା ଓଏସଏପି ଚତୁର୍ଥ ବାଟାଲିୟନର ସିପାହି ବିଶ୍ୱକର୍ମା ମୁଣ୍ଡାଙ୍କୁ ଏହି ପଦକ ମିଳିବ । ଏନେଇ ଓଡ଼ିଶା ପୁଲିସ୍ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ଅଭୟ। ଓଡ଼ିଶା ପୁଲିସର ବୀରତ୍ୱ ଓ ସାହସିକତାକୁ ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ରାଜ୍ୟ ପୁଲିସ ପାଇଁ ଗର୍ବ ଓ ଉତ୍ସବର ମୁହୂର୍ତ୍ତ ବୋଲି ପୁଲିସ୍ ଡିଜିପି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three − 2 =