ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅଛି ଲ୍ୟାଣ୍ଡର ବିକ୍ରମ: ଇସ୍ରୋ

ନୂଆଦିଲ୍ଲୀ() ଇସ୍ରୋ ଦେଲା ଖୁସି ଖବର । ଚନ୍ଦ୍ରପୃଷ୍ଠରେ ଠିକ ଅଛି ଲ୍ୟାଣ୍ଡର ବିକ୍ରମ । ତେବେ ଇସ୍ରୋ ପକ୍ଷରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗା ସ୍ଥାପନ କରିବାକୁ ସବୁ ସମ୍ଭବ ଚେଷ୍ଟା କରାଯାଉଥିବା ନେଇ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଫଟୋ ଅର୍ବିଟର ଉଠାଇ ଇସ୍ରୋକୁ ପଠାଇଥିଲା । ତେବେ ଲ୍ୟାଣ୍ଡର ବିକ୍ରମ ନିଜ ଧାର୍ୟ୍ୟ ସ୍ଥାନଠାରୁ ମାତ୍ର ୫ ଶହ ମିଟର ଦୂରରେ ଚନ୍ଦ୍ରପୃଷ୍ଠ ଭୂମିରେ ପଡିଥିବା ଜଣାପଡିଛି ।

ହେଲେ ଯଦି ତା ସହ ସଂପର୍କ ସ୍ଥାପନ କରିହେବ ତେବେ ସେ ପୁଣି ଥରେ ନିଜ ଗୋଡରେ ଠିଆ ହୋଇପାରିବ ବୋଲି ଇସ୍ରୋ କହିଛି । କାହିଁକି ନା ଲ୍ୟାଣ୍ଡର ବିକ୍ରମରେ ଏଭଳି ଟେକ୍ନୋଲୋଜି ଖଂଜା ଯାଇଛି , ଯେଉଁଥିରେ କି ସେ ପଡିବା ପରେ ବି ନିଜକୁ ଠିଆ କରିବାରେ ସକ୍ଷମ ହୋଇପାରିବ । ଯଦିଓ ଏହି କାମକୁ ସଫଳ ହେବାର ଆଶା ମାତ୍ର ୧ ପ୍ରତିଶତ ରହିଛି ତଥାପି ଇସ୍ରୋ ବୈଜ୍ଞାନିକଙ୍କ ବିଶ୍ବାସ ରହିଛି କି ଅତି କମରେ ଏକ ପ୍ରତିଶତ ହିଁ ହେଉ, କିନ୍ତୁ ଆଶା ତ ରହିଛି ।

Share

Leave a Reply

Your email address will not be published. Required fields are marked *

two × two =