ବିଧାୟକ ସୁକାନ୍ତ କୁମାର ନାୟକଙ୍କୁ କରୋନା

ଭୁବନେଶ୍ୱର() ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାବ ଟେଷ୍ଟିଂରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି ।

ଶ୍ରୀ ନାୟକ ନିକଟ ଅତୀତରେ କେଉଁ କେଉଁମାନଙ୍କ ସହ ମିଶିଥିଲେ, କାହା ସହ ବୈଠକ କରିଥିଲେ, କେଉଁ ସ୍ଥାନ ପରିଦର୍ଶନରେ ଯାଇଥିଲେ ତାହାକୁ ନେଇ ଛାନଭିନ ଆରମ୍ଭ ହୋଇଯାଇଛି । କଂଟାକ୍ଟ ଟ୍ରେସିଂ ପରେ ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

ଏନେଇ ଶ୍ରୀ ନାୟକ କହିଛନ୍ତିଯେ, ସେ କେମିତି କରୋନା ଆକ୍ରାନ୍ତ ହେଲେ ଜାଣିନାହାନ୍ତି । ସେ ଅନେକ ଲୋକ ସହ ମିଶିଥିଲେ । କାହା ଦ୍ୱାରା ସେ ଆକ୍ରାନ୍ତ ହୋଇଛନ୍ତି ସେନେଇ ସ୍ପଷ୍ଟ ଭାବେ ନୀଳଗିରି ବିଧାୟକ କିଛି କହିପାରିନାହାନ୍ତି । ତାଙ୍କ ନିକଟରେ ନିର୍ଦ୍ଧିଷ୍ଟ ସୂଚନା ନଥିବାବେଳେ ସେ କାହାକୁ ସନେ୍ଦହ ବି କରୁନାହାନ୍ତି ।

Share

Leave a Reply

Your email address will not be published. Required fields are marked *

one × four =