ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ଓଡିଶାକୁ ସ୍ବୀକୃତି

ଭୁବନେଶ୍ବର () ସ୍ବାସ୍ଥ୍ୟସେବା ସଂପର୍କିତ ବିଭିନ୍ନ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଓଡିଶାକୁ ସ୍ବତନ୍ତ୍ର ସ୍ବୀକୃତି ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ୍ସପ୍ରେସ୍ ହେଲଥ କେୟାର ସଭାରେ ଗତକାଲି ଓଡିଶାକୁ ଏହି ସମ୍ମାନ ମିଳିଛି । ଦେଶର ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରଦର୍ଶିତ ଉପଲବ୍ଧିକୁ ଆଧାର କରି କେରଳ, ଝାଡଖଣ୍ଡ, ତାମିଲନାଡୁ ଓ ଆସାମ ଆଦି ରାଜ୍ୟ ପୁରସ୍କୃତ ହୋଇଥିବା ବେଳେ ଓଡିଶା ସ୍ବାସ୍ଥ୍ୟ ସଂପର୍କିତ ବିଭିନ୍ନ ସୂଚାକାଙ୍କରେ ଦୃଷ୍ଟାନ୍ତ ମୂଳକ ସଫଳତା ଅର୍ଜନ କରିଥିବାରୁ ଉପରୋକ୍ତ ସ୍ବତନ୍ତ୍ର ସ୍ବୀକୃତି ପୁରସ୍କାର ପାଇଛି ।

ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ଦ୍ବାରା ଆୟୋଜିତ ଏହି ସମାବେଶରେ ନୀତି ଆୟୋଗ ସଦସ୍ୟ ତଥା ଭାରତୀୟ ମେଡିକାଲ କାଉନସିଲ୍ର ପରବର୍ତି ଅଧ୍ୟକ୍ଷ ଡଃ ଭି.କେ. ପଲ୍ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ସୁଜାତା ରାଓଙ୍କ ସମେତ ତାମିଲନାଡୁ , ଝାଡଖଣ୍ଡ , ଓ ଗୁଜୁରାଟ ଇତ୍ୟାଦି ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡିଶାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଯତ୍ନ ବଳରେ ସ୍ବାସ୍ଥ୍ୟ ସେବା ସମ୍ବୂନ୍ଧିତ ବିଭିନ୍ନ କ୍ଷେତ୍ରରେ ସୂଚକାଙ୍କରେ ସଫଳ ପ୍ରଦର୍ଶନ ନିମନ୍ତେ ଏପରି ସମ୍ମାନ ମିଳିଛି । ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଗତ କାଲି ନୂଆଦିଲ୍ଲୀର ଉକ୍ତ ସମାବେଶରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − four =