ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ ଶ୍ରୀକାନ୍ତ

ଭୁବନେଶ୍ୱର () ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କୌଣସି ଦଳରେ ଯୋଗଦେବେନି କି 2019ରେ ଆଉ ନିର୍ବାଚନ ଲଢ଼ିବେନି । ଆଜି ନିଜେ ଶ୍ରୀକାନ୍ତ ଜେନା ସାମ୍ବାଦିକଙ୍କୁ ନିଜ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ଏହା ସ୍ପଷ୍ଟ କରିଛନ୍ତି ।

ଆମ ଆଦମୀ ପାର୍ଟି କି ବିଏସପିରେ ଯୋଗଦେବେ ବୋଲି ହେଉଥିବା ଚର୍ଚ୍ଚାକୁ ସେ ଅସ୍ବୀକାର କରିଛନ୍ତି । ତେବେ ସାମାଜିକ ନ୍ୟାୟ ପାଇଁ ଲଢେଇ କରୁଥିବା ଅନୁଷ୍ଠାନ ଓ ସଙ୍ଗଠନକୁ ସେ ସହଯୋଗ କରିବେ ବୋଲି କହିଛନ୍ତି ।

ଏକଦା ବିଜୁ ପଟନାୟକଙ୍କ ନିକଟତମ ଥିବା ଶ୍ରୀକାନ୍ତ ବିଜୁ ବାବୁଙ୍କ ପ୍ରଧାନମନ୍ତ୍ରୀ କରାଇନଦେବ ପାଇଁ ଦିଲ୍ଲୀରେ ଚିଠି ବାଣ୍ଟି ବିବାଦୀୟ ହୋଇଥିଲେ । ପରେ କଂଗ୍ରେସରେ ମିଶିଥିଲେ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ ଯାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

6 + 6 =