ଭୁବନେଶ୍ବରରୁ ଆଉ ୧୭ ପଜିଟିଭ

ଭୁବନେଶ୍ବର()  ଆଜି ୪୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୭ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫ଜଣ, ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଓ ୨ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୦ଜଣଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥପୁର ବସ୍ତିରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ବୟସ ଯଥାକ୍ରମେ ୪୦ ଓ ୩୦ । ପଟିଆ ଗାଁ ଜଗନ୍ନାଥ ମନ୍ଦିର ନିକଟରୁ ୬୩ ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଜେବି ନଗର ପାଣିଟାଙ୍କି ବସ୍ତିରୁ ୨୩ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ଧାରୁଆ ବାସପୁରରୁ ଜଣେ ୪୦ବର୍ଷୀୟ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୯ ବର୍ଷୀୟ ଯୁବତୀ ଶତାଦ୍ଦୀ ନଗର ଲେନ-୧ରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚକେଇସିଆଣି ସ୍ଥିତ ମଙ୍ଗଳା ମନ୍ଦିର ପାଖରୁ ୬୭ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 6 =