ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଓଭାଲ: ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ । ଗତକାଲି ସନ୍ଧ୍ୟାରେ କୋଚ୍ ରବି ଶାସ୍ତ୍ରୀଙ୍କ ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିବା ଟିମ ଇଣ୍ଡିଆର ଅନ୍ୟ ସଦସ୍ୟମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି । କୋଚ ରବି ଶାସ୍ତ୍ରୀ ପଜିଟିଭ ହେବା ପରେ ବୋଲିଂ କୋଚ୍ ବି ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ଫିଜିଓଥେରାପିଷ୍ଟ ନିତିନ ପଟେଲଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ରବିଙ୍କ ରିପୋର୍ଟ ପଜିଟିଭ ଆସିଥିବାନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଜ୍ଝ ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବିସିସିଆଇ ମେଡିକାଲ୍ ଟିମ୍ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କର ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିଥିଲା।

ଯାହା ପରେ ସତର୍କତା ଦୃଷ୍ଟିରୁ ଶାସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। ତେବେ ଟିମର ବାକି ଦୁଇ ସଦସ୍ୟଙ୍କର ରାପିଡ୍ ଟେଷ୍ଟ ହୋଇଛି। ଗୋଟିଏ ଶନିବାର ରାତିରେ ଏବଂ ଅନ୍ୟଟି ଆଜି ସକାଳେ ହୋଇଛି। ନେଗେଟିଭ୍ ରିପୋର୍ଟ ଆସିବା ପରେ ସେ ସବୁ ସଦସ୍ୟଙ୍କୁ ଓଭାଲରେ ଚାଲିଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ପାଇଁ ଆଗକୁ ବଢ଼ିବାକୁ ଅନୁମତି ମିଳିବ। ସୂଚନାଯୋଗ୍ୟ, ରାପିଡ୍ ଲାଟେରାଲ୍ ଫ୍ଲୋ ଟେଷ୍ଟ ସେହିମାନଙ୍କ ପାଇଁ ଧାର୍ୟ୍ୟ ହୋଇଥାଏ, ଯେଉଁମାନଙ୍କ ଭିତରେ କରୋନା ଭାଇରସର କୌଣସି ଲକ୍ଷଣ ନଥାଏ। ଯଦି ଜଣଙ୍କ ଭିତରେ କୋଭିଡ୍ ଲକ୍ଷଣ ନାହିଁ, ତାହେଲେ ତାଙ୍କୁ ଗୋଟିଏ ପିସିଆର୍ ଟେଷ୍ଟ କରିବାକୁ ପଡ଼ିବ।

Share

Leave a Reply

Your email address will not be published. Required fields are marked *

one × 5 =