ଶାହାଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ଭୁବନେଶ୍ୱର() ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ଅମିତ ଶାହା ଓଡିଶା ଆସିଥିବା ସମୟରେ ଏହି ଗସ୍ତକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରି ଅମିତ ଶାହା ‘ଗୋ ବ୍ୟାକ୍’ ନାରା ଦେଇଛନ୍ତି କଂଗ୍ରେସ କର୍ମୀ ଓ ନେତା ।

ଏହା ସହିତ ଶାହାଙ୍କ ପୋଷ୍ଟର ଓ କୁଶପୁତଳିକା ଦାହ କରିଛନ୍ତି । ଆଜି ଲୋକସେବା ଭବନରେ ଶାହା ପୂର୍ବାଂଚଳ ଜୋନାଲ କମିଟି ବୈଠକ କରୁଥିବା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଂଗ୍ରେସ କର୍ମୀ ଶାହାଙ୍କ ଗସ୍ତକୁ ନେଇ ବିରୋଧ କରିଛନ୍ତି । ଭୁବନେଶ୍ୱର ସମେତ ବାଲେଶ୍ୱର, ମାଲକାନଗିରି , ରାୟଗଡା ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଶାହାଙ୍କ ଓଡିଶା ଗସ୍ତ ନେଇ ବିରୋଧର ଚିତ୍ର ।

Share

Leave a Reply

Your email address will not be published. Required fields are marked *

five + 5 =