ଦୁଇ କିଲୋମିଟର ପଛକୁ ହଟିଲା ଚୀନ ସେନା

ଶେଷରେ  ଗଲଓ୍ଵାନ ଘାଟିରୁ ପଛଘୁଞ୍ଚା ଦେଲା ଚୀନ ସେନା । ପାଖାପାଖି ଦୁଇ କିଲୋମିଟର ପଛକୁ ହଟିଲା ଚୀନ ସେନା । ଚିନ ସହ ଭାରତୀୟ ସେନା ବି ନିଜ ସ୍ଥାନରୁ ପଛକୁ ହଟିଛି । ଖବର ଅନୁଯାୟୀ ଗଲଓ୍ଵାନ ନଦୀ କୂଳରେ ଥିବା ଚୀନର କ୍ୟାମ୍ପକୁ ଉଠାଇନେଇଛି ଡ୍ରାଗନ୍ ସେନା ‌ । ଏହା ସହ ଗଲଓ୍ଵାନ ଘାଟି ସୀମାରେ ଚୀନ ନିୟାଜିତ କରିଥିବା ଯବାନ, ଗାଡି ସବୁକୁ ଦୁଇ କିଲୋମିଟର ପଛକୁ ନେଇଛି । କମାଣ୍ଡର ସ୍ତରୀୟ ଆଲୋଚନା ପରେ ହିଂସା ହୋଇଥିବା ସ୍ଥାନରୁ ପଛକୁ ହଟାଇଛି ଚୀନ । ଏନେଇ ଭାରତୀୟ ସେନା ସୂଚନା ଦେଇଛି । ଏକ ଜାତୀୟ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ୪୮ ଘଂଟା ଧରି ଗଭୀର କୂଟନୀତିକ ଚର୍ଚ୍ଚା ଓ ଆଲୋଚନା ପରେ ପଛକୁ ହଟିବାକୁ ରାଜି ହୋଇଛି ଚିନ ସେନା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଳେହ ଯାତ୍ରା ଚିନକୁ ଏପରି କରିବାକୁ ବାଧ୍ୟ କରିଛି ବୋଲି ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ଭାରତୀୟ ସେନା ତରଫରୁ ଜାରି ହୋଇଥିବା ସୂତ୍ରରୁ ଜଣାଯାଇଛିଯେ, କମାଣ୍ଡର ସ୍ଥରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଚିନ ସେନା ବିବାଦୀୟ କ୍ଷେତ୍ରରୁ ନିଜ ତରଫରୁ ପକାଯାଇଥିବା ତମ୍ବୁ , ଗାଡି, ସୈନିକ ଆଦିଙ୍କୁ ୧ ରୁ ୨ କିଲୋମିଟର ପର‌୍ୟ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । କିନ୍ତୁ ବିଶେଷ ସୂଚନାରୁ ଜଣାଯାଇଛିଯେ, ଚୀନର ଏକ ଭାରି ଯାନ ଏବେ ବି ଗଳବାନ କ୍ଷେତ୍ରରେ ମହଜୂତ ଅଛି । ଏହି କାରଣରୁ ଭାରତୀୟ ସେନା ସତର୍କତାର ସହ ସ୍ଥିତିର ସମୀକ୍ଷା ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

3 × 4 =