କରୋନା ଆକ୍ରାନ୍ତ ଫେରାର

ନବରଙ୍ଗପୁର() ସାରା ରାଜ୍ୟରେ କରୋନା ମାମଲା ବଢି ବଢି ଚାଲିଥିବା ବେଳେ ଅମାନିଆ ହେଉଛନ୍ତି ଲୋକେ । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲା କୋଭିଡ କେୟାର ସେଣ୍ଟରରୁ ଜଣେ କରୋନା ରୋଗୀ ଚମ୍ପଟ ମାରିଛି । ଉପରକୋଟ ବ୍ଲକ ବେନରା ପଞ୍ଚାୟତର ରୋଗୀ ଗତକାଲିଠାରୁ ନିଖୋଜ ଥିବା ଜଣାପଡିଛି । ଜୁଲାଇ ୩ରେ ସମ୍ପୃକ୍ତ ରୋଗୀ ଚିକିତ୍ସିତ ହେବାକୁ ଆସିଥିଲେ ।

ତେବେ ଆକ୍ରାନ୍ତଙ୍କ ଫେରାର ନେଇ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଥାନାରେ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏତଲା ଦେଇଛନ୍ତି । ଏନେଇ ଜିଲ୍ଲାପାଳ ଅଜିତ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

thirteen − three =