ପ୍ରମୋଦ ଭଗତଙ୍କୁ ନବୀନଙ୍କ ସମ୍ବର୍ଦ୍ଧନା

ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କୁ ୩୦ ଲକ୍ଷ ୯୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ସ୍ୱିଜରଲ୍ୟାଣ୍ଡର ବସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିଲେ ପ୍ରମୋଦ ଭଗତ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସେ ଜିତିଥିଲେ ସ୍ୱର୍ଣ୍ଣ । ଗତ ଅଗଷ୍ଟ ୨୯ ତାରିଖରେ ପ୍ରମୋଦ ଭଗତଙ୍କୁ ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର ।

ସେହିପରି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଏସ୍. ଏ. ନାରାୟଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

2 × two =