ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଦିନ…

ମେଷ –ଚନ୍ଦ୍ରଙ୍କସହ ରାହୁଙ୍କ ସଂଯୋଗ କାରଣରୁ ଆଜିର ଆନୁଷ୍ଠାନିକକାର୍ଯ୍ୟ ବିଶେଷ ଉପଭୋଗ୍ୟ ନ ହୋଇପାରେ | ଅବଶ୍ୟ କର୍ତ୍ତବ୍ୟ ପାଳନରେ ତପତ୍ରତା,ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ନିର୍ବାହକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ  ଆତ୍ମୀୟସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ |

ବୃଷ- ଅଷ୍ଟମାଧିପତିଯୁକ୍ତ ଶନି ହେତୁ ଅଟକି ରହିଥିବା କାମଗୁଡିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ | ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିଭିନ୍ନ ପ୍ରକାରର ବିରୋଧାମତ୍କ କଥା କହିପାରନ୍ତି | ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ |

ମିଥୁନ –ଧନାଧିପପାପଗ୍ରହ ଯୁକ୍ତ ହେତୁ ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ | ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ସେଥିପାଇଁ ଅନୁତାପ କରିବାକୁ ପଡିପାରେ | ଅଧିକାଂଶ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି |

 
କର୍କଟ – ରବିଓ ରାହୁ ମଧ୍ୟସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପ୍ରଶଂସା ସୂଚକ ପଦୁଟିଏ କଥା ମଧ୍ୟ ଶୁଣିବାକୁ ମିଳିବ ନାହିଁ | ଯଥାସାଧ୍ୟ ଚେଷ୍ଟା କଲେ ମଧ୍ୟ ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ସମସ୍ୟା ଆସିପାରେ | ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ |
 
ସି˚ହ – ଉଚ୍ଚାରୋହୀରବିଙ୍କ ପ୍ରଭାବରେ ସମସ୍ତ ସମସ୍ୟା ଓ ପ୍ରତିବନ୍ଧକକୁ ପ୍ରତିହତ କରି ଅଭିଳଷିତ କର୍ମ ସମ୍ପାଦନ କରିପାରିବେ |ପଦାଧିକାରୀଙ୍କ ଆଦେଶପ୍ରାପ୍ତ ହୋଇ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି | ବ୍ୟବସାୟିକ ସମସ୍ୟା, ଯାତ୍ରାରେ ପ୍ରତିବନ୍ଧକଜନିତ ମନ ଅଶାନ୍ତ ରହିପାରେ |
 
କନ୍ୟା – ଆଜିରଗ୍ରହସ୍ଥିତିର ପ୍ରଭାବରେ କୌଣସି ସ୍ପର୍ଶକାତର କଥା ସକାଶେ ଟେନ୍ସନ ଲାଗି ରହିବ | ବାଧ୍ୟବାଧକତାରେ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି | ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ | ଅର୍ଥସାହାଯ୍ୟ ପାଇବା, ପଡୋଶୀଙ୍କ ସହାନୁଭୂତି ଲାଭକରିବେ |
 
ତୁଳା – ଶନିଓ ଶୁକ୍ର ନିଜ ନିଜ ଗୃହରେ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବେ | କିନ୍ତୁ ବନ୍ଧୁଙ୍କ ବାଧିଲାଭଳି କୌଣସି କଥା ଶୁଣି ସବୁ ଆନନ୍ଦ ପାଣିଫୋଟକା ପରି ମିଳାଇଯିବାର ଆଶଙ୍କା ରହିଛି | ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁଁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ |
 
ବିଛା – ଲାଭାଧିପସ୍ବଗୃହକୁ ଅବଲୋକନ କରୁଥିବାରୁ ଅର୍ଥଲାଭ,କାର୍ଯ୍ୟସିଦ୍ଧି,ନୂତନ ସମ୍ପର୍କସୃଷ୍ଟିରୁ ଖୁସୀ ରହିବେ | କିନ୍ତୁ ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ଯାଉଥିବାର ଅନୁଭବ ମାନସିକ ଦ୍ୱନ୍ଦ୍ୱ ଉପତ୍ନ କରିବ | ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବ୍ୟସ୍ତ ହୋଇପାରନ୍ତି | ବନ୍ଧୁଙ୍କୁ ନେଇ ପ୍ରଶଂସିତ ହୋଇପାରନ୍ତି।
 
ଧନୁ – ଭାଗ୍ୟାଧିପତିଙ୍କଅନୁଗ୍ରହରୁ ଅର୍ଥ ଲାଭ ସଙ୍ଗକୁ ବନ୍ଧୁ ମାନଙ୍କ ବଦାନ୍ୟତାରୁ ସମ୍ମାନଲାଭ ହେବ | ଭାଙ୍ଗି ପଡିଥିବା ସମ୍ପକର୍କୁ ପୁଣି ଯୋଡିବା ସକାଶେ ଚେଷ୍ଟା କଲେ ସଫଳତା ମିଳିପାରିବ | ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ ଏବଂ ରାଜନୈତିକ ସ୍ତରରେ ସମସ୍ୟା ସମାଧାନରେ ସଫଳତା ମିଳିବ |
 
ମକର – ଶୁକ୍ରଙ୍କଶୁଭପ୍ରଭାବରୁ ମନ ଖୁସୀ ରହିବ, ମନୋରଞ୍ଜନର ମଉକାପାଇବେ ଏବଂ ପ୍ରିୟଜନଙ୍କ ସାନ୍ନିଧ୍ୟ ମଧ୍ୟ ମିଳିପାରେ | ଦିନଟି ସବୁ ଦିଗରୁ ଭଲରେ ଯିବ, କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିବାର ସୁଯୋଗ ହାତପାହାନ୍ତାକୁ ଆସିବ | ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ,ବହୁତ ତକଲିପି ସହିବାକୁ ପଡିବ |
 
କୁମ୍ଭ – ପ୍ରତ୍ୟେକକ୍ଷେତ୍ରରେ ସଂଯମତା ଓ ସତର୍କତା ରକ୍ଷା ନ କଲେ ବିବାଦ ଘେରରେ ପଡିପାରନ୍ତି | ପୁନଶ୍ଚ ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ | ଶତଭିଷା ନକ୍ଷତ୍ର ପାଇଁ ନିର୍ମାଣାଦି କାମରେ, କର୍ମକ୍ଷେତ୍ରରେ ଏବଂ ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି |
 
ମୀନ- ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ଯାଇଥିବାରୁ ମନରେ ପ୍ରସନ୍ନତା ଆସିବ | ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ପାରିବାରିିକ ପ୍ରତିରୋଧ ଓ ପ୍ରତିବନ୍ଧକ ଅଭିଳାଷ ପୂରଣରେ ବିଘ୍ନ ସୃଷ୍ଟି କରିବ | କିନ୍ତୁ ରେବତୀ ନକ୍ଷତ୍ର ସକାଶେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ |
Share

Leave a Reply

Your email address will not be published. Required fields are marked *

4 × five =