ମହାପ୍ରଭୁଙ୍କ କାମ କେହି ଅଟକାଇ ପାରିବେନି: ମୁଖ୍ୟମନ୍ତ୍ରୀ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରିଥିଲେ ।ପ୍ରଥମେ ତଳବଣିଆ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । କରୋନା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି | ତେବେ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଣ୍ଟ ଅଥରିଟିଙ୍କ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ନେଇ କେନ୍ଦ୍ର ସରକାରଙ୍କୁ କଡା ବାର୍ତ୍ତା ଦେଇଛନ୍ତି ନବୀନ | ଶ୍ରୀମନ୍ଦିର ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ସମ୍ପର୍କରେ କଡ଼ା ମନ୍ତବ୍ୟ ଦେଇ କହିଛନ୍ତି,କେନ୍ଦ୍ର ସରକାର ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ପ୍ରତ୍ୟାହାର କରିନେବା ଉଚିତ | ମହାପ୍ରଭୁଙ୍କ କାମ କେହି ଅଟକାଇ ପାରିବେନି ବୋଲି କଡା ଭାଷାରେ କହିଛନ୍ତି ମୁଖ୍ୟମନ୍ତ୍ରୀ |

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରିବା ପୂର୍ବରୁ ଟିଟ୍ କରି ସୂଚନା ପ୍ରଦାନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍ସାହିତ ଥିବା ଟ୍ୱିଟ୍‌ରେ ଲେଖିଛନ୍ତି ନବୀନ । ସବୁ ସେହି ଲୀଳାମୟ ଜଗନ୍ନାଥଙ୍କ ଇଚ୍ଛା ବୋଲି କହିବା ସହ ଜୟ ଜଗନ୍ନାଥ ବୋଲି କହିଛନ୍ତି ।କୋଭିଡ ପୂର୍ବରୁ ୧୬ ଜାନୁଆରୀ ୨୦୨୦ରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ତାପରଠୁ ମହାପ୍ରଭୁଙ୍କ ଦର୍ଶନ କରିନଥିଲେ । ଆଜି ମହାବାହୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

4 × 4 =