ବିବାହ କରିବାକୁ ଯାଉଛନ୍ତି ଏହି ସୁନ୍ଦରୀ ସାଂସଦ

ମୋଦି ଲହର ମଧ୍ୟରେ ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗରୁ ବଶିରହାଟ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଅଭିନେତ୍ରୀ ନୁସରତ ଜହାଁ ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଛନ୍ତି। ଅବିବାହିତ ଅଭିନେତ୍ରୀ ନୁସରତ ଜହାଁ ସାଂସଦ ହୋଇଛନ୍ତି । ଟିଏମସି ଟିକେଟ୍ ଦ୍ବାରା ମଇଦାନକୁ ଆସିଥିବା ୨୦୧୦ ମସିହାରେ ଏକ ବିୟୁଟି କଣଟେଷ୍ଟ ଫେୟର-ୱନ ମିସ କୋଲକାତା ଜିତିଥିଲେ। ଏହା ପରେ ସେ ମଡେଲିଂ କରିବା ଆରମ୍ଭ କରିଥିଲେ।

ଏବେ ନୁସରତଙ୍କୁ ନୂଆ ଖବର ମଧ୍ୟ ସାମ୍ନାକୁ ଆସୁଛି । ନୁସରତ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନୁସରତ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନୁସରତ ଏବଂ ନିଖିଲଙ୍କ ବିବାହ ଡେଷ୍ଟିନେଶନ ଓ୍ବେଡିଂ କରିବାକୁ ଯାଉଛନ୍ତି । ଯାହାର ଆୟୋଜନ ଇସ୍ତାନବୁଲରେ କରାଯିବ । ସୂଚନା ଅନୁସାରେ କୋଲକାତାରେ ନୁସରତଙ୍କ ଘରେ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି ।

Share

Leave a Reply

Your email address will not be published. Required fields are marked *

fourteen − 9 =