ଅଜିତ ଡୋଭାଲଙ୍କୁ ମିଳିଳା କ୍ୟାବିନେଟ ମନ୍ତ୍ରୀ ପାହ୍ୟା

ନୂଆଦିଲ୍ଲୀ()  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମିଳିଳା କ୍ୟାବିନେଟ ମନ୍ତ୍ରୀ ପାହ୍ୟା । ଅଜିତ ଡୋଭାଲ ମୋଦି ସରକାରଙ୍କ ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟକାଳରେ ମଧ୍ୟ ସୁରକ୍ଷା ପରାମର୍ଶଦାତା ରହିବେ । ଦେଶର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡୋଭାଲଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ସେହିପରି ଆଉ ୫ ବର୍ଷ ପାଇଁ ଘଝଇ ରହିବେ ଅଜିତ ଡୋଭାଲ । ୧୯୬୮ ମସିହାର ଆଇପିଏସ ବ୍ୟାଚ ଇଣ୍ଟଲିଜେନ୍ସି ବ୍ୟୁରା ଅଧିକଂଶ ସମୟ କାମ କରିବା ସହ ପୂର୍ବତନ ଆଇବି ମୁଖ୍ୟ ଭାବେ କାମ କରିଆସିଛନ୍ତି ।

କିସ୍ତାନ ଵାଲାକୋଟରେ ଜୈସେ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏୟାର ଷ୍ଟ୍ରାଇକ ହୋଇଥିଲା । ଏନେଇ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଥିଲେ । ୨୦୧୬ ମସିହା ସେପ୍ଟେମ୍ବର ମାସରେ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ସେ ଚର୍ଚ୍ଚାକୁ ଆସିଥିଲେ ।

ମୋଦି ସରକାରଙ୍କ ପ୍ରଥମ କାର୍ୟ୍ୟକାଳ ସମୟରେ ସେ ମୁଖ୍ୟ ସୁରକ୍ଷା ପରାମର୍ଶଦାତା ସହ ରଣନୀତି ନୀତି ସମୂହ, ଷ୍ଟ୍ରାଟେଜିକ୍ ପଲିସି ଗ୍ରୁପର ସଚିବ ମଧ୍ୟ ଥିଲେ । ଅଜିତ ଡୋଭାଲ ପାକିସ୍ତାନର ଲାହୋରରେ ନିଜ ଦେଶର ସୁରକ୍ଷା ପାଇଁ ୭ ବର୍ଷ ପର୍ୟ୍ୟନ୍ତ ମୁସଲମାନ ହୋଇ ରହିଥିଲେ । ତାଙ୍କୁ ଭାରତର ସାମରିକ ସମ୍ମାନ କୀର୍ତ୍ତି ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × one =