ହର ସାହୁଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ

ବ୍ରହ୍ମପୁର () ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି ପୂର୍ବତନ କୋଦଳା ଏନଏସି ଅଧ୍ୟକ୍ଷ ହରପ୍ରସାଦ ସାହୁଙ୍କ ଉପରୁ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି ।

ଆସିକା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗର ବିଧାନସଭା ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ପରେ ହରଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ହୋଇଛି । କୋଦଳାର ଏହି ପୂର୍ବତନ ଅଧ୍ୟକ୍ଷ କୌଣସି ଦଳ ସହ ସାମିଲ ହୋଇନଥିଲେ ମଧ୍ୟ ଚଳିତ ନିର୍ବାଚନରେ ବିଜେଡି ପାଇଁ କଠିନ ପରିଶ୍ରମ କରିଥିଲେ ।

ନବୀନଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଏହି ଯୁବ ନେତା ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କରିଥିଲେ । ତାଙ୍କ ନିଷ୍ଠାରେ ଆକୃଷ୍ଟ ହୋଇ ନବୀନ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବା ସହ ତାଙ୍କୁ ବେଗୁନିଆ ବିଧାନସଭାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ପୁଣି ଥରେ ଆସ୍ଥା ପ୍ରକଟ କରିଥିବାରୁ ସେ ନବୀନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × three =