ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶପଥ

ଭୁବନେଶ୍ୱର()  ପରିବାରର ସୁରକ୍ଷା ପାଇଁ ଶପଥ ନେବାକୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କରିଛନ୍ତି ।
 
ପ୍ରିୟ ଭାଇ ଓ ଭଉଣୀମାନେ, 
‘କରୋନା ଭାଇରସ ବିଷୟରେ ଆପଣମାନେ ଭଲ ଭାବରେ ଜାଣି ସାରିଲେଣି ।  ଏହି ଭାଇରସ୍‌ ଚୀନ୍‌ରେ ଥିଲା ୤ ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପରେ ଥିଲା । ବହୁତ ଦୂରରେ ଥିଲା ।  ପରେ ଇରାନକୁ ଆସିଲା ।  ଦିଲ୍ଲୀରେ ବି ପହଞ୍ଚିଲା ।  ଏବେ ଏହି ଭାଇରସ୍‌ ଆମ ଘର ପାଖରେ ପହଞ୍ଛିଛି ।  ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ, ଆମର ଦାୟିତ୍ବ ହେଉଛି ଆମେ ଏହି ଭାଇରସ୍‌କୁ ଘରେ ପଶିବାକୁ ଦେବା ନାହିଁ ।  ସେଥିପାଇଁ ଏ Lockdown ।
 
ଗତ କୋଡିଏ ବର୍ଷର ସେବା ମଧ୍ୟରେ ମୁଁ ମୋର ପ୍ରିୟ ଓଡିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି ।  ଆପଣମାନେ ମୋର ସବୁ ଅନୁରୋଧକୁ ପାଳନ କରିଛନ୍ତି ।  ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ।
 
ଆଜି ମୁଁ ଯେଉଁ ଅନୁରୋଧ ରଖୁଛି, ତାହା ହେଉଛି ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ।
                        ଆଜି ମୁଁ ଆପଣଙ୍କ ନିକଟରେ ‘ମୋ ଜୀବନ’ କାର୍ୟ୍ୟକ୍ରମ ରଖୁଛି ।  ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା, ଆପଣଙ୍କ ହାତରେ ।   Corona Virus ଆପଣଙ୍କ ଘରକୁ ଆସିବା, ନ ଆସିବା, ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି ।  ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘର ଭିରରକୁ ପଶି ପାରିବ ନାହିଁ ।
 
‘ମୋ ଜୀବନ’ କାର୍ୟ୍ୟକ୍ରମରେ, ଆପଣମାନେ ପ୍ରତିଦିନ ଏହି ଶପଥ ପାଠ କରନ୍ତୁ ।  ‘ମୁଁ ମୋର ପିଲାଛୁଆ, ବାପା, ମା’ଙ୍କ ନାମରେ ଶପଥ କରି କହୁଅଛି ଯେ, ବର୍ତ୍ତମାନ ସମୟରେ ମୁଁ ବାହାରକୁ ଯିବି ନାହିଁ । ବାହାରକୁ ଗଲେ, କରୋନା ଭାଇରସ୍‌ ମୋ ସାଥିରେ ମୋ ଘରକୁ ଆସିପାରେ । ମୋ ପରିବାରର କ୍ଷତି କରିପାରେ ।  ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ ।  ଯଦି ଜରୁରୀ କାମରେ ବାହାରକୁ ଯିବି, ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ second ପର୍ୟ୍ୟନ୍ତ ହାତ ଧୋଇ ଘରକୁ ପଶିବି ।  କରୋନା ଭାଇରସ୍‌କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ, କି ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ ’ା
ଏହି ଶପଥକୁ ଆପଣ ପରିବାର ସହ ପାଠ କରନ୍ତୁ ।  ନିଜ ଘରର ପ୍ରବେଶ ପଥରେ ଏହାକୁ ଲଗାନ୍ତୁ  ଏବଂ Video  କରି Social Mediaରେ ମୋ ପାଖକୁ ପଠାନ୍ତୁ ।
 
ମୋର ପ୍ରିୟ ଓଡିଶାବାସୀ, ଆପଣମାନେ ମୋର ଏହି ଅନୁରୋଧ ରଖନ୍ତୁ ।  ଘରେ ରୁହନ୍ତୁ । ପରିବାରକୁ ବଞ୍ଚାନ୍ତୁ ।  ଆପଣଙ୍କୁ ବହୁତ ବହୁତ ଅନୁରୋଧ ।
Share

Leave a Reply

Your email address will not be published. Required fields are marked *

12 − 9 =