ଆଜି ୪୭ ମୁଣ୍ଡନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଆଜି ୪୭ ମୁଣ୍ଡ ନେଇଛି କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୫, ଅନୁଗୋଳ ଓ ବରଗଡ଼ରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଜି ୪ହଜାର ୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଏହି ସଂଖ୍ୟା ୫୦୦ ଛୁଇଁ ନାହିଁ।ଅନୁଗୋଳ ଜିଲ୍ଲାରୁ ୨୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୬୪, ବରଗଡ଼ରୁ ୬୧, ଭଦ୍ରକରୁ ୨୨୨, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୫୭, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୧୫୦, ଗଜପତିରୁ ୪୮, ଗଂଜାମରୁ ୪୦, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୩୮୨, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୨୮୭, କେନ୍ଦୁଝରରୁ ୯୬, କୋରାପୁଟରୁ ୮୮, ମାଲକାନଗିରିରୁ ୮୯, ମୟୂରଭଞ୍ଜରୁ ୨୧୦, ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୩୬, ନୂଆପଡ଼ାରୁ ୨୨, ପୁରୀରୁ ୨୩୭, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୪୧, ସୁବର୍ଣ୍ଣପୁରରୁ ୩୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍ରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

fifteen + eight =