ଏଲଇଡି ଲାଇଟରେ ଝଲସିବ ପୋୖରାଞ୍ଚଳ

ଭୁବନେଶ୍ୱର () ରାଜ୍ୟର ସମସ୍ତ ସହରାଂଚଳରେ ସାର୍ବଜନୀନ ସଡ଼କ ଆଲୋକୀକରଣ ନିମନ୍ତେ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶା ସହର ଆଲୋକୀକରଣରେ ହେବ ଦେଶର ପ୍ରଥମ ରାଜ୍ୟ ।

କ୍ୟାବିନେଟ୍ ନିଷ୍ପତିସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ୧୧୪ଟି ପୌରାଂଚଳରେ ଏଲଇଡ଼ି ଲାଇଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛି । ଏହା ଦ୍ୱାରା ଶକ୍ତି ସଂଚୟ ହେବା ସହ ସରକାରଙ୍କର ଅର୍ଥ ମଧ୍ୟ ସଂଚୟ ହେବ । କେନ୍ଦ୍ର ସରକାରଙ୍କର ଏନର୍ଜି ଏଫିସିଏନସି ସର୍ଭିସ ଲିମିଟେଡ଼ (ଇଇଏସଏଲ) ମାଧ୍ୟମରେ ସବୁ ପୌରାଂଚଳରେ ଲାଗିଥିବା ପାରମ୍ପରିକ ଷ୍ଟ୍ରିଟ୍ ଲାଇଟକୁ ବଦଳାଇ ଏଲଇଡ଼ି ଲାଇଟ୍ ଲଗାଣ କରାଯିବ । ଘରୋଇ ସଂସ୍ଥା ମେସର୍ସ ଏନଇଇଏସଏଲ ପ୍ରା. ଲିମିଟେଡ଼ ସହ ସରକାରୀ/ଘରୋଇ ସହଭାଗୀତାରେ ରାଜ୍ୟର ୫ଟି ପୌର ନିଗମରେ ଥିବା ପାରମ୍ପରିକ ଷ୍ଟ୍ରିଟ୍ ଲାଇଟକୁ ବଦଳାଇ ଏଲଇଡ଼ି ଲାଇଟ ଲଗାଣ, ଭୁବନେଶ୍ୱର ଅନେକ ନୂତନ ଇଲାକାରେ ନୂଆ ଆଲୋକୀକରଣ ବ୍ୟବସ୍ଥା କରାଯିବ । ଏହା ସରକାରୀ ଘରୋଇ ସହଭାଗିତାରେ କାର୍ଯ୍ୟକାରୀ ହେବ । ୧୧୩ଟି ପୌର ସଂସ୍ଥା ୫ଟି କ୍ଲଷ୍ଟରରେ ବିଭକ୍ତ କରାଯାଇ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । କାର୍ଯ୍ୟ ନିର୍ବାହୀ ପରାମର୍ଶଦାତାଙ୍କ ଦ୍ୱାରା ୪ ମହାନଗର ନିଗମ ଓ ୩୪ଟି ଅନ୍ୟ ପୌର ସଂସ୍ଥାରେ କରାଯାଇଥିବା ନମୂନା ସର୍ଭେ ମାଧ୍ୟମରେ ଅଟକଳ କରାଯାଇଛି ଯେ, ଏହି ପ୍ରକଳ୍ପ ପାଇଁ ମୋଟ ପୁଂଜି ବ୍ୟୟ ୨୨୭.୩୦ କୋଟି ଟଙ୍କା ହେବ ।
ଏହି ପ୍ରକଳ୍ପ ସରକାରୀ ଘରୋଇ ଢ଼ାଂଚାରେ ହେଉଥିବାରୁ ପୁଂଜି ବ୍ୟୟ ଅଟକଳକୁ ଭିତିଭୂମି ସମ୍ପର୍କିତ କ୍ଷମତାଶାଳୀ କମିଟି ଚଳିତ ବର୍ଷର ମେ ୧୯ ତାରିଖରେ ଅନୁଷ୍ଠିତ ନିଜର ୫୦ତମ ବୈଠକରେ ମଂଜୁରୀ କରିଛି । ଏହି ପ୍ରକଳ୍ପର କ୍ୟାପିଟାଲ କଷ୍ଟକୁ ପ୍ରୋଜେକ୍ଟ ଏସପିଭି, ୧୧୩ଟି ପୌରାଂଚଳର ଆର୍ଥିକ ଅନୁଦାନ ଋଣ ମଧ୍ୟରେ ବଂଟନ କରାଯାଇଛି । ପ୍ରକୃତ କାର୍ଯ୍ୟାବଳୀର ଆବଶ୍ୟକତା ଅନୁସାରେ ପୁଂଜି ବ୍ୟୟର ପରିମାଣ ସଂଶୋଧନ ଚୂଡ଼ାନ୍ତ ହୋଇପାରିବାର ବ୍ୟବସ୍ଥା ହୋଇଛି । ସମ୍ପୃକ୍ତ ପୌର ସଂସ୍ଥା ଚୟନ ହୋଇଥିବା ଠିକା ସଂସ୍ଥା ଦ୍ୱାରା କରାଯାଇଥିବା ମିଳିତ ସର୍ଭେ ମାଧ୍ୟମରେ ନିର୍ବାହ କରାଯିବ ଓ ସର୍ଭେ କାର୍ଯ୍ୟ ନିର୍ବାହ ସଂସ୍ଥା ଦ୍ୱାରା ନିୟମ ସିଦ୍ଧ କରାଯିବ ।
ପ୍ରସ୍ତାବିତ ପ୍ରକଳ୍ପରେ ମୋଟ ପୁଂଜି ବ୍ୟୟ ୨୬୯.୮୩ କୋଟି ଟଙ୍କା ହେବ ଓ ବାର୍ଷିକ ୮.୬ କୋଟି ଟଙ୍କାର ପରିଚାଳନା ଓ ରକ୍ଷଣା ବେକ୍ଷଣ ବ୍ୟୟ ବାବଦରେ ୭ ବର୍ଷରେ ମୋଟ ୫୬.୪୨ କୋଟି ଟଙ୍କା ବ୍ୟୟ ହେବ । ଏ ସବୁକୁ ମିଶାଇଲେ ୩୨୬.୨୬ କୋଟି ଟଙ୍କା ବ୍ୟୟ କରାଯିବ । ଏହି ପ୍ରକଳ୍ପ ଦ୍ୱାରା ପୌରାଂଚଳରେ ରହୁଥିବା ୭୦ ଲକ୍ଷ ଜନସାଧାରଣ ଉପକୃତ ହେବେ । ଉଜ୍ଜ୍ୱଳ ଆଲୋକ ଯୋଗୁଁ ଦୁର୍ଘଟଣା ହ୍ରାସ ପାଇବ । ଉପରୋକ୍ତ କାର୍ଯ୍ୟ ଘରୋଇ ଉଦ୍ୟୋଗୀଙ୍କ ସହଭାଗୀତାରେ ୫ ବର୍ଷ ୫ ମାସରେ ସମ୍ପୂର୍ଣ୍ଣ ହେବ ଓ ୭ ବର୍ଷ ପାଇଁ ପରିଚାଳନା ରକ୍ଷଣାବେକ୍ଷଣ କରାଯିବ ବୋଲି ମୁଖ୍ୟ ସଚିବ କହିଥିଲେ । ସେ ଆହୁରି କହିଥିଲେ ଯେ, ପୌରାଂଚଳରେ ପ୍ରଚଳିତ ରାସ୍ତା ଆଲୋକକୁ ଏନର୍ଜି ଏଫିସିଏନସି ସ୍ମାର୍ଟ ଏଲଇଡ଼ି ରାସ୍ତା ଆଲୋକ ପ୍ରୋଜେକ୍ଟ ମେନେଜମେଂଟ କନସଲଟେଂଟ ମଡ଼େ ମାଧ୍ୟମରେ ପୂର୍ଣ୍ଣ ସ୍ଥାପନର ସ୍ୱିକୃତୀ ଦିଆଯାଇଛି । ବିଦ୍ୟୁତ ଯନ୍ତ୍ରୀ ଓ ଟେକନିକାଲ ସପୋର୍ଟ କର୍ମଚାରୀଙ୍କ ଅଭାବାରୁ ସହରାଂଚଳରେ ରାସ୍ତା ଆଲୋକୀକରଣ ଅବହେଳିତ ହୋଇଅଛି, ଯାହାଦ୍ୱାରା ରାସ୍ତାଗୁଡ଼ିକ ଅନ୍ଧାରରେ ରହୁଅଛି, ଏବଂ ଉଚିତ ଆର୍ଥିଂ ନ କରାଯାଇ ଡିଷ୍ଟ୍ରିବ୍ୟୁସନ ଲାଇନ ଯାଇଥିବା ଇଲେକଟ୍ରିକାଲ ପୋଲ ଗୁଡ଼ିକରେ ବଲମକୁ ଲଗାଯାଉଅଛି । ସୁଇଚ୍ ଅନ ଓ ଅଫ୍ ବ୍ୟବସ୍ଥା ନଥିବାରୁ ଅଧିକାଠଶ ସ୍ଥାନରେ ଶକ୍ତିର ଅପଚୟ ଘଟୁଛି । ଏତଦ୍ ଦ୍ୱାରା ପୌରାଂଚଳ ମାନଙ୍କୁ ଅଧିକ ଅର୍ଥ ବିଲ୍ ବାବଦରେ ବହନ କରିବାକୁ ପଡ଼ୁଛି । ଏତଦ୍ ବ୍ୟତୀରେକ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ନଷ୍ଟ ହେବା ସହିତ ଅନିୟମିତ ବୈଦ୍ୟୁତିକ ସରଂଜାମର କ୍ରୟ ହେତୁ ସରକାରୀ ଅର୍ଥର ଅପଚୟ ଘଟିବା ଯୋଗୁଁ ଜନସାଧାରଣ ଉଚିତ ସେବା ପାଇପାରୁନାହାନ୍ତି ।
ଏହି ସମସ୍ତ ଅସୁବିଧାକୁ ଦୂର କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରଚଳିତ ରାସ୍ତା ଆଲୋକ ବ୍ୟବସ୍ଥାକୁ ପରିବର୍ତନ କରି ସେହି ସ୍ଥାନରେ ଏନର୍ଜି ଏଫିସିଏଂଟ ସ୍ମାର୍ଟ ଏଲଇଡ଼ି ଷ୍ଟ୍ରିଟ୍ ଲାଇନ୍ ଲଗାଯାଇ ସେଂଟ୍ରାଲ କଂଟ୍ରୋଲ ଆଣ୍ଡ ମନିଟରିଂ ସିଷ୍ଟମ (ସିସିଏମଏସ) ମାଧ୍ୟମରେ ୭ ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯିବାପାଇଁ ୨୦୧୭ ମସିହାରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଯୋଜନା ଦ୍ୱାରା ରାଜ୍ୟର ୧୦୯ଟି ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷଦର ରାସ୍ତାଗୁଡ଼ଇକ ନିରାପଦ ଓ ସୁରକ୍ଷିତ ହୋଇପାରିବ ।
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗର ଅନୁମୋଦନ କ୍ରମେ ଅଗଷ୍ଟ ୨୦୧୭ ରେ ଇଇଏସଏଲ ଜଏଂଟ ଭେଂଜର ଅଫ୍ ନେସନାଲ ପାୱାର ସେକ୍ଟର ଅଣ୍ଡରଟେକିଂ, ସେଟ ଅପ୍ ଅଣ୍ଡର ମିନିଷ୍ଟ୍ରି ଅଫ ପାୱାର ଭାରତ ସରକାରଙ୍କୁ ପ୍ରୋଜେକ୍ଟ ମେନେଜମେଂଟ କନସୁଲଟାଂଟ ଭାବରେ ଟର୍ଣ୍ଣକି ଆଧାରରେ କାର୍ଯ୍ୟ କରିବା ପାଇଁ ମନୋନୟନ ଭିତିରେ ନିଯୁକ୍ତି କରିଛନ୍ତି । ଇଇଏସଏଲ ସହ ଅଗଷ୍ଟ ୨୦୧୭ରେ ଏଥି ସକାଶେ ଟିନଟେଟିଭ ଏଷ୍ଟିମେଟେଡ଼ ପ୍ରୋଜେକ୍ଟ କଷ୍ଟ ଅଫ ୮୬.୪୭ କୋଟି ଟଙ୍କାର ଏକ ରାଜିନାମା ସ୍ୱାକ୍ଷରିତ ହୋଇଅଛି ।
ଏହି କାର୍ଯ୍ୟରେ କ୍ୟାପିଟାଲ କଷ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଭରଣା କରାଯିବ ଓ ୭ ବର୍ଷର ଓ ଏଣ୍ଡ ଏମ କଷ୍ଟ ୟୁଏଲବିଏସ ବହନ କରିବେ । ପୌରସଂସ୍ଥା ଦ୍ୱାରା ଦିଆଯାଇଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୧.୧୧ ଲକ୍ଷ କନଭେନସନାଲ ଷ୍ଟ୍ରିଟ୍ ଲାଇଟ୍ କୁ ବ୍ୟୟ ଅଟକଳ ୮୬.୪୭ କୋଟି ଟଙ୍କାରେ ପୁନଃସ୍ତାପନ କରିବାର ଯୋଜନା ରଖାଯାଇଥିଲା  ରାଜିନାମା ଅନୁଯାୟୀ ଇଇଏସଏଲ ଓ ପୌରସଂସ୍ଥାମାନଙ୍କର ସଂଯୁକ୍ତ ସର୍ବେକ୍ଷଣପରେ ଫାଇନାଲ ପ୍ରୋଜେକ୍ଟ କଷ୍ଟ ବାହାର କରାଯିବ, ତଦନୁଯାୟୀ ଇଇଏସଏଲ ୧୦୯ ୟୁଏଲବିଏସ ରେ ସଂଯୁକ୍ତ ସର୍ବେକ୍ଷଣ କରି ନେସନାଲ ବେଂଚମାର୍କ ନର୍ମସ ଫର ଷ୍ଟ୍ରିଟ୍ ଲାଇଟ୍ ଅନୁଯାୟୀ ଅତିରିକ୍ତ ୧.୨୭ ଲକ୍ଷ ଷ୍ଟ୍ରିଟ୍ ଲାଇଟ୍ ପଏଂଟ ପୁନଃସ୍ଥାପନ କରିବାପାଇଁ ଚିହ୍ନଟ କଲେ । ତେଣୁକରି ମୂଳ ରାଜିନାମାକୁ ସମ୍ପ୍ରସାରିତ ତଥା ବ୍ୟାପକ କରାଯାଇ ୧.୧୧ ଲକ୍ଷ ଷ୍ଟ୍ରିଟ୍ ଲାଇନ ପଏଂଟ କୁ ବୃଦ୍ଧି କରାଯାଇ ୨.୩୮ ଲକ୍ଷ ପଏଂଟ କରାଯାଇଅଛି । ଆଲୋକୀକରଣର ସୁଦୃଢ଼ ଭିତିଭୂମି ପାଇଁ ଏହି ଅର୍ଥର ବ୍ୟୟ ବରାଦ କରାଯାଇଛି ।
ଅତିରିକ୍ତ ଷ୍ଟ୍ରିଟ୍ ଲାଇଟ୍ ପଏଂଟ ବ୍ୟତୀତ ଭିତି ସଂରଚନାର ଆବଶ୍ୟକତା ଯଥା ୩୭୬୦ କି.ମି. ଫେଜ ତାର, ୪୭୮୪୦ ନମ୍ବରର୍ସ ଅଫ ଆର୍ଥିଂ ଏବଂ ୪୬୧୩ ନମ୍ବର ଅଫ ପୋଲସ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଅଛି । ଏହି ଗୁଡ଼ିକ ବିନା ନେସନାଲ ସେଫଟି ନର୍ମସ କୁ ସୁନିଶ୍ଚିତ କରାଯାଇ ପାରିବ ନାହିଁ ।
ଡିପାର୍ଟମେଂଟାଲ ଟେଣ୍ଡର କମିଟି ର ସୁପାରିଶ ଅନୁଯାୟୀ ପ୍ରକଳ୍ପ ପାଇଁ କେପିଟାଲ କଷ୍ଟ ବାବଦକୁ ଦରକାରୀ ୨୮୨.୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ଏବଂ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବାବ୪କୁ ସାତ ବର୍ଷରେ ୬୭.୧୨ କୋଟି ଟଙ୍କା  ସମ୍ପୃକ୍ତ ୟୁଏଲବି ବହନ କରିବ ।
Share

Leave a Reply

Your email address will not be published. Required fields are marked *

16 − 15 =