ମୋଦି – ଫଟୋସୁଟ ସରକାର

ନୂଆଦିଲ୍ଲୀ () ପୁଲଓ୍ଵାମା ଆକ୍ରମଣ ଖବର ଆସିବା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଟୋସୁଟରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ବେଳେ ପ୍ରଧାନମନ୍ତ୍ରୀ କରବେଟ ପାର୍କରେ ଫଟୋ ଉଠାଉଥିବା ନିନ୍ଦନୀୟ ଅଟେ । ସେ ଆହୁରି କହିଛନ୍ତି ଯେ ଫେବୃଆରୀ ୧୪ ଅପରାହ୍ଣ ୩ଟା ୩୦ ମିନିଟରେ ପୁଲଓ୍ଵାମା ଆକ୍ରମଣ ହୋଇଥିଲା । ଆକ୍ରମଣ ପରେ ବି ମୋଦି ଫଟୋସୁଟ କରିବାରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବ୍ୟସ୍ତ ଥିଲେ । ଭାରତରେ ଏଭିଳି ଏକ ଲୋମଟାଙ୍କୁରା ଆକ୍ରମଣ ସମସ୍ତଙ୍କ ମନରେ ପାକିସ୍ତାନ ପ୍ରତି ହିଂସା ଭାବ ଆସୁଥିବା ବେଳେ ମୋଦି କେମିତି ଫଟୋସୁଟରେ ବ୍ୟସ୍ତ ରହିଥିଲେ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି ।

ସୂଚନା ଅନୁଯାଇ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀ ହମଲାରେ ସିଆରପିଏଫର ୪୪ଜଣ ଯବାନ ସହିଦ ହୋଇଥିଲେ । ସେ ଦିନ ଏହି ଘଟଣା ଅପରାହ୍ନ ୩.୩୦ରେ ଘଟିଥିଲା ।

Share

Leave a Reply

Your email address will not be published. Required fields are marked *

11 − 2 =