ସ୍ୱାମୀ ନାମରେ ସଇତାନ,ସ୍ତ୍ରୀର ଗଳା କାଟି ହତ୍ୟା

ମାନବିକତା ଏବଂ ମାନସକତାର ଅଭାବ । ସମ୍ପର୍କ ଆଗରେ ହାର ମାନିଛି ପୈଶାଚିକ ମନୋବୃତି । ଛୋଟମୋଟ କଳିରେ ସ୍ତ୍ରୀର ଗଳା କାଟି ହତ୍ୟା କରିଛି ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ।ସହରର ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ କୌଣସୀ କାରଣରୁ ଝଗଡା ହୋଇଥିଲା । ଏହି କଳିରେ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀର ଗଳା କାଟି ଦେଇଥିଲା ।ଫଳରେ ସ୍ତ୍ରୀର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଲେ ପୋଲିସ ପହଂଚି ତଦନ୍ତ ଆମମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

one × one =