୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ସସପେଣ୍ଡ

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ । ଭାଇରାଲ ଘଟଣାକୁ ବୋର୍ଡ ପକ୍ଷରୁ ସ୍ୱୀକାର କରାଯାଇଥିବା ବେଳେ ଏନେଇ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ ସସପେଣ୍ଡ କରାଯାଇଛି । ସେହିପରି ୪ଟି ପରୀକ୍ଷା କେନ୍ଦ୍ରର ଇନଭିଜିଲେଟରଙ୍କୁ ମଧ୍ୟ ସସପେଣ୍ଡ କରିଛି ଉଚ୍ଚଶିକ୍ଷା ବିଭାଗ । ଏହି ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟରେ ନୂଆପଡା ଜିଲ୍ଲାର ୨ଟି, କୋରାପୁଟ ଓ ଢେଙ୍କାନାଳର ଗୋଟିଏ ସେଣ୍ଟର ରହିଛି । ତେବେ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ପୋଲିସ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ଜାହାନାରା ବେଗମ୍ ।

Share

Leave a Reply

Your email address will not be published. Required fields are marked *

8 − seven =