କଂଗ୍ରେସର ପୂର୍ବତନ ସାଂସଦଙ୍କ ପୁତୁରା ବିଜେଡିରେ

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବରଂଗପୁରର ପୂର୍ବତନ କଂଗ୍ରେସ ସାଂସଦ ଖଗପତି ପ୍ରଧାନୀଙ୍କ ପୁତୁରା ସଦାଶିବ ପ୍ରଧାନୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଅବସରପ୍ରାପ୍ତ ଅଧ୍ୟାପକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କଳାକାରଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ ନବୀନ ନିବାସରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସାଲେପୁର ଅଞ୍ଚଳର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବ୍ରହ୍ମାନନ୍ଦ ଶତପଥୀଙ୍କ ସୁପୁତ୍ର ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ, ସ୍ତମ୍ଭକାର ଗିରିଶ ଚନ୍ଦ୍ର ଶତପଥୀ, ଅବସରପ୍ରାପ୍ତ ଅଧ୍ୟାପିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. ସୁଲୋଚନା ଦାସ, ପ୍ରଫେସର ଡ. କପିଳେଶ୍ବର ମିଶ୍ର, ଓଡ଼ିଶା ହାଇକୋର୍ଟ ଆଇନଜୀବୀ ଜୟନ୍ତ କୁମାର ବିଶ୍ବାଳ, ଆଇନ୍‍ଜୀବୀ କିରଣ ରାଉତ, ପ୍ରଫେସର ଜୟକୃଷ୍ଣ ମହାନ୍ତ, ପ୍ରଫେସର ବିଜୟ କୁମାର ଟପ୍ପୋ, ଅବସରପ୍ରାପ୍ତ ଆଡିସ୍‍ନାଲ୍‍ ଡିଜି ପୋଲିସ ଗୋପବନ୍ଧୁ ମଲ୍ଲିକ, ଭୁବନେଶ୍ବର ଜିଲ୍ଲା ଲାୟନ ଗଭର୍ଣ୍ଣର ବିଶ୍ବନାଥ ମହାନ୍ତି, ଅବସରପ୍ରାପ୍ତ ସିଡିପିଓ ଛବି ମହାନ୍ତି, ଅବସରପ୍ରାପ୍ତ ସିଆର୍‍ଆର୍‍ଆଇ ଅଧିକାରୀ ସୁରେନ୍ଦ୍ର ନାଥ ରାଉତ, ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ‘ମୋକ୍ଷ’ର ଅଧ୍ୟକ୍ଷା ଡ. ସୁଜାତା ମିଶ୍ର, ଅର୍ଥନୈତିଜ୍ଞ ପ୍ରଫେସର ଡ. ହରିଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଛନ୍ତି । ଖବପତି ପ୍ରଧାନୀ ନବରଙ୍ଗପୁର ଲୋକସଭା ଆସନରୁ କ୍ରମାଗତ ଭାବେ 9 ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗଦେଇଥିବା ସମସ୍ତ ଅବସରପ୍ରାପ୍ତ ପଦାଧିକାରୀ ଓ ବୁଦ୍ଧିଜୀବୀମାନଙ୍କୁ ନବୀନ ସ୍ବାଗତ କରିବା ସହ କହିଥିଲେ ଯେ ଏହି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନଙ୍କ ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବ ।

 

Share

Leave a Reply

Your email address will not be published. Required fields are marked *

9 − 4 =