ଭାରତ ବନ୍ଦର ଭରପୁର ଫାଇଦା ଉଠାଇଲେ ତେଲ ବେପାରୀ

ଭୁବନେଶ୍ୱର() ଆଜି ଭାରତ ବନ୍ଦର ଭରପୁର ଫାଇନା ଉଠାଇଲେ ତେଲ ବେପାରୀ । ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ କିଛି ବେପାରୀ ରାସ୍ତା କଡରେ ଡିଜେଲ, ପେଟ୍ରୋଲ ଚଢା ଦରରେ ବିକୁଛନ୍ତି ।

ସାରା ଦେଶ ପ୍ରଭାବିତ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଥିବାରୁ ଆଜି କୌଣସି ବି ଦୋକାନ ବଜାର କି ପେଟ୍ରୋଲ ପମ୍ପ ଖୋଲାଯାଇନି । ଯାହା ଫଳରେ କିଛି ଲୋକେ ଗାଡିରେ ତେଲ ପକାଇବାକୁ ହନ୍ତସନ୍ତ ହୋଇଛନ୍ତି । ଆଉ ଲୋକଙ୍କ ଏହି ହନ୍ତସନ୍ତର ଫାଇଦା ଉଠାଇଛନ୍ତି ଚୋରାରେ ଖୁଲମଖୁଲା ତେଲ ବିକୁଥିବା ବେପାରୀ ।

କେବଳ ରାଜଧାନୀ ରାସ୍ତା କଡରେ ନୁହେଁ ବରଂ କିଛି ଲୋକ ପେଟ୍ରୋଲ ପମ୍ପ ଆଗରେ ବୋତଲରେ ତେଲ ଭରି ବିକ୍ରି କରୁଛନ୍ତି । ଗାଡିରେ ତେଲ ଆବଶ୍ୟକତା ଥିବାରୁ କେଉଁଠି କେଉଁଠି ଲୋକେ ଦେଢ ଶହ ଟଙ୍କା ବି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =