ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଶୌଚାଳୟ ନିର୍ମାଣ ବାବଦକୁ ବିଲ୍ କରାଇ ଦେବା ପାଇଁ ଠିକାଦାରଙ୍କ ଠାରୁ ନେଉଥିଲେ ଲାଂଚ । ପାଇଖାନା ପଇସା ଚଳୁ କରିଦେଲେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ । ଠିକଣା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ । ରାୟଗଡ଼ା ପୌରପରିଷଦ କାର‌୍ୟ୍ୟାଳୟର କନିଷ୍ଠ ଯନ୍ତ୍ରୀ ରଶ୍ମିରଂଜନ ବେହେରା ଭିଜିଲାନ୍ସ ଜାଲରେ ପଡିଛନ୍ତି ।ସୂଚନା ମୁତାବକ କନିଷ୍ଠ ଯନ୍ତ୍ରୀ ରଶ୍ମିରଂଜନ ଠିକାଦାର ଏମ.ଅଶୋକଙ୍କୁ ୧୪ ଲକ୍ଷ ଟଙ୍କାର ଶୌଚାଳୟ ନିର୍ମାଣ କାର‌୍ୟ୍ୟ ବାବଦକୁ ୫୦ ହଜାର ଟଙ୍କା ଲାଂଚ ନେଉଥିଲେ । ଲାଂଚ ନେଉଥିବା ଟଙ୍କାକୁ ଝରକା ବାହାରକୁ ଫିଙ୍ଗି ଦେଉଥିବା ବେଳେ ବିଳମ୍ବିତ ରାତ୍ରିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୋଲି ଜଣାପଡ଼ିଛି ।ଅନ୍ୟପଟେ ତାଙ୍କ କାର‌୍ୟ୍ୟାଳୟ ଓ ରାୟଗଡ଼ା ଉମାଶଙ୍କର ଟକିଜ ନିକଟସ୍ଥତ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଘରେ ମଧ୍ୟ କିଛି ଟଙ୍କାକୁ ଜବତ କରିଥିବା ସୂଚନା ମିଳିଛି । ଏହାପରେ କନିଷ୍ଠ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

eighteen − sixteen =