120 ଆସନ ଜିତିବାର ଦମ୍ଭ ଦେଖାଇଲେ ସ୍ମୃତି

ଓଡିଶାରେ ୧୨୦ରୁ ଅଧିକ ଆସନ ଜିତିବା ନେଇ ଦମ୍ଭ ଦେଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବିଜେପି ରାଜ୍ୟ କାର‌୍ୟ୍ୟକାରିଣୀରେ ଯୋଗ ଦେଇ ଆଜି ବିଜେଡି ଉପରେ ବର୍ଷିଛନ୍ତି ସ୍ମୃତି ଇରାନୀ । ସେ କହିଛନ୍ତି, ୨୦୧୯ରେ ତାଙ୍କ ଦଳ ଓଡିଶାରେ ଅଭୁତପୂର୍ବ ସଫଳତା ପାଇବ । ଆକ୍ରମଣାତ୍ମକ ମୁଡରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ୨୦୧୯ରେ ତାଙ୍କ ଦଳ ଓଡିଶାରେ ଅଦ୍ଭୁତପୂର୍ବ ସଫଳତା ପାଇବ ବୋଲି ଦାବି କରି ବିଜେପି ୧୨୦ରୁ ଅଧିକ ଆସନ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପିର ରାଜ୍ୟ କାର୍ଯ୍ୟକରିଣୀକୁ ଉଦଘାଟନ କରିବା ଅବସରରେ ରାଜ୍ୟ ସରକାର ମହିଳା, ଶିଶୁ ଓ କୃଷକ ବିରୋଧୀ ସରକାର ଭାବେ ଅଭିହିତ କରିଛନ୍ତି । ଏହା ସହ ଆୟୁଷ୍ମାନ ଯୋଜନାରେ ରାଜ୍ୟ ସାମିଲ ନହେବା, ତୈଳ ଦର ଓ ବେରୋଜଗାରୀକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − 3 =