ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ଅଧ୍ୟକ୍ଷ

ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାରେ ରାହୁଲ ଗାନ୍ଧୀ ରୋଡ ସୋ’ କରୁଥିବା ବେଳେ ଏମିତି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ କିଛି ସମୟ ସ୍ତବ୍ଧ କରି ଦେଇଥିଲା । ରାହୁଲ ଗାନ୍ଧି ଖୋଲା ଛାତ ଥିବା କାରରେ ଯାଉଥିବା ସମୟରେ ରାସ୍ତା ମଝିରେ ହୋଇଥିଲା ବିସ୍ଫୋରଣ । ରାହୁଲଙ୍କୁ ସ୍ୱାଗତ କରିବାକୁ ଅଣାଯାଇଥିବା ବେଲୁନରେ ନିଆଁ ଲାଗି ଯିବାରୁ ଜୋରରେ ଶବ୍ଦ ହେବା ସହ ବିସ୍ଫୋରଣ ହୋଇଥିଲା । ଯେତେବେଳେ କଂଗ୍ରେସ ଦଳୀୟ ସଦସ୍ୟମାନେ ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ଆରତୀ ଥାଳି ଧରି ରାହୁଲଙ୍କ ଆଡକୁ ଯାଉଥିଲେ ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆରତୀ ଥାଳିରେ ଥିବା ଦୀପ ବେଲୁନ୍ ସଂସ୍ପର୍ଶରେ ଆସିବା ପରେ ବେଲୁନ୍ଟି ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଯାହା ବି ହେଉ ଅଧ୍ୟକ୍ଷ ରାହୁଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Share

Leave a Reply

Your email address will not be published. Required fields are marked *

two × 3 =