ଆଇଏଏସ୍ ସଞ୍ଜୟ ସିଂ ନୂତନ ବିଏମ୍‌ସି କମିଶନର

ଭୁବନେଶ୍ବର: ବଦଳିଲେ ଭୁବନେଶ୍ବର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବରିଷ୍ଠ ଆଇଏଏସ୍ ସଞ୍ଜୟ କୁମାର ସିଂ ହୋଇଛନ୍ତି ନୂଆ ବିଏମ୍‌ସି କମିଶନର । ୧୯୯୭ ବ୍ୟାଚ୍ ର ଆଇଏଏସ୍ ଅଫିସର ସଞ୍ଜୟ କୁମାର ସିଂ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଅଛନ୍ତି । ସେ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ ।ସେହିପରି ବର୍ତ୍ତମାନର କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଅଫିସର ଭାବେ ଦାୟିତ୍ବ ଦିଆଯାଇଛି ।

ଅନ୍ୟପକ୍ଷେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ବ । ରାଜସ୍ବ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କୁ ଇଡ୍ କୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two × 1 =