ସ୍ବାଧୀନତା ସଂଗ୍ରାମୀଙ୍କୁ ନବୀନଙ୍କ ସମ୍ମାନ, ଏଣିକି ‘ମାନ୍ୟବର’ ବୋଲି ସମ୍ବୋଧିତ ହେବ

ଭୁବନେଶ୍ବର () ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକି ଅବସରରେ ପାଳିତ ହେଉଥିବା ସ୍ବାଧୀନତା ଦିବସରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସ୍ବାଧୀନତା ସଂଗ୍ରାମୀ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ । ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କୁ ସଭାସମିତିରେ ସମ୍ବୋଧନ କରିବା ସମୟରେ “ମାନ୍ୟବର” ବୋଲି ସମ୍ବୋଧନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି । ଏଣିକି ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ବିଶେଷ ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ହିଁ କେବଳ ମାନ୍ୟବର ବୋଲି ସମ୍ବୋଧନ କରାଯିବ ।

Share

Leave a Reply

Your email address will not be published. Required fields are marked *

two × 3 =