କ୍ରୀଡା

ଭାରତ ପାକିସ୍ତାନକୁ ବିଶ୍ୱକପ୍ରୁ କାଢ଼ି ପାରିବ ନାହିଁ: ଗାଭାସ୍କର

ପୁଲୱାମା ଆକ୍ରମଣ ପରେ ୨୦୧୯ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନକୁ ବାଦ୍ ଦେବା ପାଇଁ ବିସିସିଆଇ ଚେଷ୍ଟା କରୁଛି। ହେଲେ କିମ୍ବଦନ୍ତୀ କ୍ରିକେଟ୍ର ସୁନୀଲ ଗାଭାସ୍କର ଏହାକୁ ଏକ ବୃଥା ପ୍ରୟାସ ଏବଂ ଏହା କେବେ ହେଲେ ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି।

ଗାଭାସ୍କର କହିଛନ୍ତି, “ ବିସିସିଆଇ ପାକିସ୍ତାନକୁ ବାଦ ଦେବାକୁ ଚେଷ୍ଟା କରିପାରେ। କିନ୍ତୁ ଏହା ସମ୍ଭବ ହେବା ପରି ଲାଗୁନାହିଁ। କାରଣ ବିସିସିଆଇ ଯେଉଁ ଦାବି କରିବ, ତାକୁ ଅଲଗା ଦେଶଗୁଡ଼ିକ ସମର୍ଥନ କରି ନ ପାରନ୍ତି।
ମୁଁ ଭାବୁଛି ପାକିସ୍ତାନକୁ ବିଶ୍ୱକପ୍ରୁ ବାଦ୍ ଦିଆଯିବା ନେଇ କେହି ରାଜି ହେବେନି। ଭାରତ ଓ ପାକିସ୍ତାନ ବିବାଦ ଦ୍ଵିପାକ୍ଷିକ ବ୍ୟାପାର ହୋଇଥିବାରୁ ଅନ୍ୟ ରାଷ୍ଟ୍ର କେବେ ହେଲେ ଏଥିରେ ହସ୍ତକ୍ଷେପ କରିବେ ନାହିଁ। କିନ୍ତୁ ଭାରତ ବିଶ୍ୱକପ୍ରୁ ପାକିସ୍ତାନକୁ ବିଦା କରିବା ପ୍ରସଙ୍ଗରେ ଚେଷ୍ଟା କରିବାରେ ଅସୁବିଧା ନାହିଁ।
ପାକିସ୍ତାନକୁ ବିଦା କରିବାର ଉପଯୁକ୍ତ ଫୋରମ ହେଉଛି ଜାତିସଂଘ। ପାକିସ୍ତାନ ବିରୋଧରେ ଯାହା ବି କରିବାର ଅଛି ସେଠାରେ କରାଯିବା ଦରକାର। କାରଣ ଆଇସିସିରେ ଏଭଳି ପ୍ରସଙ୍ଗ ଉଠାଇଲେ କିଛି ଲାଭ ହେବନାହିଁ।

Share

Leave a Reply

Your email address will not be published. Required fields are marked *

thirteen + eighteen =