ସାଧାରଣ ନିର୍ବାଚନ ପାଇଁ ଜୋର ଧରିଲା ରାଜ୍ୟ କଂଗ୍ରେସର ପ୍ରସ୍ତୁତି

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ମନ୍ଥନ।ଯେଉଁମାନେ ଗତ ନିର୍ବାଚନରେ ଅମାନତ ହରାଇଛନ୍ତି ସେମାନଙ୍କୁ ଟିକଟ ଦିଆଯିବ ନାହିଁ ଓ ଏଥି ସହିତ ଯେଉଁମାନେ ଲଗାତାର ଭାବେ ମାତ୍ର ୫ ରୁ ୧୦ ହଜାର ଭୋଟ ପାଉଛନ୍ତି ସେମାନଙ୍କ ସ୍ଥାନରେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯିବ ା ବିଜୟ ସମ୍ଭାବନା ଥିବା ନେତାଙ୍କୁ ହିଁ ଟିକଟ ଦିଆଯିବ ା ରାଜସ୍ଥାନ ଢାଞ୍ଚାରେ ଓଡ଼ିଶାରେ ଆରମ୍ଭ ହେବ ‘ମୋ ବୁଥ୍’ ମୋ ଗୌରବ’ କାର୍ଯ୍ୟକ୍ରମ।ଭୁବନେଶ୍ୱରରେ ନବଗଠିତ ପିସିସିର ଆଜି ପ୍ରଥମ ବୈଠକ ଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, କେନ୍ଦ୍ରୀୟ କମିଟି, ନୂଆ କର୍ମକର୍ତ୍ତା ଓ ରାଜ୍ୟର ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ । ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୩୧ ତାରିଖ ସୁଦ୍ଧା ନ ହେଲେ ମଧ୍ୟ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ।ଅତିକମ୍‌ରେ ୫୦ ଜଣ ପ୍ରାର୍ଥୀଙ୍କ ନାଁ  ଘୋଷଣା ଲାଗି ସ୍ଥିର ହୋଇଛି।

 

Share

Leave a Reply

Your email address will not be published. Required fields are marked *

sixteen − nine =