ବିଜେଡିରେ ଯୋଗଦେଲେ ଗୋପାଳପୁରର ଯୁବ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ୱର: ଗୋପାଳପୁର ବିଧାନସଭା କ୍ଷେତ୍ରରେ ନେତୃତ୍ବ ପ୍ରତି ଆସ୍ଥା ହରାଉଛନ୍ତି ଯୁବ ବିଜେପି ଓ କଂଗ୍ରେସ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ଓ ଶାସନ ବ୍ୟବସ୍ଥା ପ୍ରତି ଆକୃଷ୍ଠ ହେଉଛନ୍ତି ବିରୋଧୀ ଦଳର ଯୁବ ନେତାମାନେ । ବିଜେଡିରେ ଧିରେ ଧିରେ ଯୁବ ନେତାମାନେ ନେତୃତ୍ବ ନେବାର ସୁଯୋଗ ପାଉଛନ୍ତି । ଯାହା ବିରୋଧୀ ଦଳରେ ଦେଖିବାକୁ ମିଳୁନି । ଏଥିସହିତ ଦଳୀୟ ଅନ୍ତର୍ଦ୍ବନ୍ଦ୍ବରେ ଯୁବ ନେତାମାନେ ପେଶି ହୋଇଗଲେଣି । ତେଣୁ ସେମାନେ ବିଜେପି ଓ କଂଗ୍ରେସ ଛାଡି ବିଜେଡି ଆଡେ ମୁହାଁଉଛନ୍ତି । ଯୁବ ନେତାମାନେ ନବୀନଙ୍କ ବିକାଶମୂଳକ

ଯୋଜନାର ଅଂଶ ହେବାକୁ ଆଗ୍ରହୀ ହେଉଛନ୍ତି । ଏହି କ୍ରମରେ ଆଜି ବିଜେପି ଓ କଂଗ୍ରେସ ଛାଡ଼ିଲେ ୩୦ ଯୁବନେତା । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକର ଯୁବନେତାମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି । ଏଭଳି ସମୟରେ ବିଜେଡିରେ ବହୁ ନେତା ଯୋଗଦେବା ଦଳ ଲାଗି ଲାଭଦାୟକ । ତେବେ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ମାତ ଦେବା ଲାଗି ବିଜେଡି ସମସ୍ତ ପ୍ରସ୍ତୁତି ଜାରି ରଖିଛି ।


Share

Leave a Reply

Your email address will not be published. Required fields are marked *

thirteen + 4 =