ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ମିଳିବ ଘର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାଳୟରେ ୪ ଶହ ସେବାୟତ ପରିବାରକୁ ଘର ମିଳିବ । ୮ ଏକର ଜମିରେ ବ୍ୟବସ୍ଥା, ପରିବାର ପିଛା ୬ ଶହ ବର୍ଗଫୁଟ ମିଳିବ ବୋଲି ନିଷ୍ପତ୍ତି ହୋଇଛି । ଏଥିପାଇଁ ସେବାୟତଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯିବ । ଆବେଦନପତ୍ର ବିଚାରକୁ ନିଆଯାଇ ଘର ପାଇଁ ପ୍ଲଟ ଦିଆଯିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ । ତେବେ ଏହି ୨ ଲକ୍ଷ ସହ ସେବାୟତମାନେ ନିଜ ଅର୍ଥ ଲଗାଇ ଘର ବଢ଼ାଇ ପାରିବେ । ତେବେ ଆଜି ପୁନର୍ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିବା ବେଳେ ଏହି ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

6 + 10 =