ଦେଶରେ ୭୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ

ଭବନେଶ୍ବର() ଭାରତରେ ୨୫ଟି ରାଜ୍ୟରେ କରୋନା କାୟା ବିସ୍ତାର କରିଛି । ସାରାଦେଶରେ ୭୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଆଜି ଆଉ ଜଣଙ୍କ ମୃତ୍ୟୁକୁ ମିଶାଇ ଏହି ସଂଖ୍ୟା ୧୭ରେ ପହଂଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଛି । କରୋନା ଭୂତାଣୁ ଏବେ ବିଶ୍ୱର ୧୯୮ ରାଷ୍ଟ୍ରରେ କାୟା ବିସ୍ତାର କରିସାରିଛି । ଏହି ମହାମାରୀରେ ୫ ଲକ୍ଷ ୩୧ ହଜାର ୮୦୪ ଲୋକ ଅକ୍ରାନ୍ତ ହୋଇଥିବାବେଳେ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଏପଟେ ଓଡିଶା ମଧ୍ୟ କରୋନା ସଂକ୍ରିମତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଓଡିଶାରେ ଚିହ୍ନଟ ହୋଇଛନ୍ତି ତୃତୀୟ କରୋନା ଆକ୍ରାନ୍ତ । ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଁଚିଛି । ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Share

Leave a Reply

Your email address will not be published. Required fields are marked *

five × one =