କମବ୍ୟାକ କରିବେ  ଅଭିଷେକ ବଚ୍ଚନ

ମୁମ୍ବାଇ: ପାଖାପାଖି ଦୁଇ ବର୍ଷ ପରେ କମବ୍ୟାକ କରୁଛନ୍ତି ଅଭିଷେକ ବଚ୍ଚନ । ଖୁବ ଶୀଘ୍ର ଫିଲ୍ମ ମନମର୍ଜିଅାଁରେ ଅଭିଷେକ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହିତ ତାପସୀ ପନ୍ନୁ ଏବଂ ବିକ୍କି କୌଶଲ ନଜର ଆସିବେ । ଏହାପରେ ଅଭିଷେକ ବଚ୍ଚନ ଅନୁରାଗ କଶ୍ୟପଙ୍କ ଗୁଲାବ ଜାମୁନରେ ନଜର ଆସିବେ । ସେଥିରେ ତାଙ୍କ ସହିତ ଐଶରାୟ ରୟ ଏବଂ ଅମିତାଭ ବଚ୍ଚନ ନଜର ଆସିବେ ।ଖବର ଅନୁସାରେ ଜୁନିଅର ବଚ୍ଚନଙ୍କ ଯୋଡ଼ି ପୁଣିଥରେ ରାନୀ ମୁଖାର୍ଜୀଙ୍କ ସହିତ ନଜର ଆସିପାରେ । ଦୁଇଜଣ ୟୁବା,ହମ ତୁମ,ବସ ଇତନା ସା ଖ୍ୱାବ ହୈ,କଭି ଅଲବିଦା ନା କେହନା,ଲଗା ଚୁନରୀ ମେଁ ଦାଗ ଭଳି ଫିଲ୍ମରେ ସ୍କ୍ରିନ ସେୟାର କରିଛନ୍ତି । ଦୁଇ ଜଣଙ୍କ ଯୋଡ଼ି ହିଟ ମଧ୍ୟ ହୋଇଥିବା ସହ ଫିଲ୍ମ ଗୁଡିକ ମଧ୍ଯ ବେଶ ସଫଳତା ପାଇଥିଲା ା

 

Share

Leave a Reply

Your email address will not be published. Required fields are marked *

seven − 3 =