ରାଜ୍ୟ ମହିଳା କମିଶନରେ ୧୦୧୩୦ ମକଦ୍ଦମା

ଭୁବନେଶ୍ୱର() ରାଜ୍ୟରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କୀୟ ୧୦୧୩୦ଟି ମହଦମା ମହିଳା କମିଶନଙ୍କ ନିକଟରେ ବିଚାର ପାଇଁ ପଡିରହିଛି ବୋଲି ଆଜି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ବିଜେଡିି ବିଧାୟକ ଉମାକାନ୍ତ ମାମନ୍ତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି , ମୋଟ ୧୦୧୩୦ଟି ମକଦମା ମଧ୍ୟରୁ ୨,୭୨୯ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨,୦୫୧ ମାମଲାର ଶୁଣାଣି ଶେଷ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଯୌତୁକ ନିର‌୍ୟାତନା ପାଇଁ ୭୭୦, ଘରୋଇ ହିଂସା ପାଇଁ ୧,୮୭୮, ମିଥ୍ୟା ବିବାହ ପ୍ରତିଶ୍ରୁତି ୧୦୩, ଯୌତୁକଜନିତ ମୃତ୍ୟୁ ୪୩, ଅପହରଣ ୭୮, ଯୌନ ନିର‌୍ୟାତନା ୮, କାର‌୍ୟ୍ୟସ୍ଥଳରେ ଅସଦାଚରଣ ୬୦, ମହିଳା ଅଧିକାର ଉଲ୍ଲଂଘନ ୨୯୬ ଏବଂ ଅସଦାଚରଣ ୧୩୨ଟି ମାମଲା ରୁଜୁ ହୋଇଛି।

Share

Leave a Reply

Your email address will not be published. Required fields are marked *

two + 1 =