ସିଲଭର ସିଟିରେ ସବୁଠାରୁ ଅଧିକ ଭିକାରୀ

ଭୁବନେଶ୍ୱର () କଟକରେ ଅଛନ୍ତି ସର୍ବାଧିକ ଭିକାରୀ । ରାଜ୍ୟରେ ମୋଟ ୫୯୫୦ ଭିକାରୀ ଥିବା ବେଳେ କଟକରେ ମୋଟ ୧୦୬୦ ଜଣ ଭିକାରୀ ରହିଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ମନ୍ତ୍ରୀ କହିଛନ୍ତି , ଓଡିଶାରେ ମୋଟ ୫ ହଜାର ୯୫୦ ଭିକାରୀ ଥିବା ବେଳେ କେବଳ କଟକରେ ହଜାରେ ୬୦ ଜଣ ଭିକାରୀ ଥିବା ଚିହ୍ନଟ କରାଯାଇଛି । ସେହିପରି ଗଂଜାମରେ ୫୪୫ ଜଣ ଓ ପୁରୀରେ ୩୬୫ ଜଣ ଭିକାରୀ ଥିବା ସରକାରୀ ତାଲିକାରେ ପ୍ରକାଶ ପାଇଛି ।

ରାଜ୍ୟରେ ଭିକାରୀଙ୍କ ସଂଖ୍ୟା କେତେ ରହିଛି ବୋଲି ଆଜି ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ଚୌଦ୍ୱାରର ବିଧାୟକ ସୌଭିକ୍ ବିଶ୍ୱାଳ ।

ତେବେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଅଦ୍ୟାବଧି ୫୯୫୦ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ କଟକରେ ରହିଛନ୍ତି ସର୍ବାଧିକ ଭିକାରୀ । ତେବେ ଭିକାରୀମାନଙ୍କ ପୁନର୍ବାସ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ‘ସହାୟ’ ନାଁରେ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ ପ୍ରଚଳନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 2 =