5-ଟିର ପ୍ରଥମ ସଫଳତା : ଅନଲାଇନ ହେଲା ଜମି ଖଜଣା ବ୍ୟବସ୍ଥା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି 5-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପଦକ୍ଷେପ ସ୍ବରୂପ ଅନଲାଇନ ଜମି ଖଜଣା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏହା ଫଳରେ ଖଜଣା ପଇଠ ପାଇଁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର । ଏଣିକି ଅନଲାଇନରେ ବି ଦେଇ ହେବ ଜମିର ଖଜଣା । ଗତକାଲି ଲୋକସେବା ଭବନରେ ଏହି ଅନଲାଇନ୍ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖଜଣା ଦେବାରେ ଆଉ ସମସ୍ୟା ରହିବ ନାହିଁ ଏବଂ ଚାଷୀ ସ୍ବାଧିନ ଭାବେ ସୁବିଧାରେ ଖଜଣା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଭୁବନେଶ୍ବର ତହସିଲ ଅଧିନର ଚାଷୀ ମନୋଜ କୁମାର ଦାସ, ଅନଲାଇନରେ ନିଜ ଖଜଣା ପଇଠ କରିଥିଲେ ।

ଏହି ଖଜଣା ପ୍ରଦାନକୁ ସିଧାସଳଖ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦେଖିଥିଲେ । ମାତ୍ର ଗୋଟିଏ ମିନିଟରେ ଆପଣ ଏହି ଅନଲାଇନ୍ ସେବା ଜରିଆର ରାଜସ୍ବ ଦେଇପାରିବେ । ଏହା ସହ ଆପଣଙ୍କୁ ସଙ୍ଗେ ସଙ୍ଗେ ପେମେଂଟର ଏକ ରସିଦ ମଧ୍ୟ ମିଳବ । ଏନଆଇସି ଭୁବନେଶ୍ବର ଦ୍ବାରା ପ୍ରସ୍ତୁତ ଏହି ଅନଲାଇନ ବ୍ୟବସ୍ଥାର ପରିଚାଳନା ଅତି ସହଜ ଏବଂ ଚାଷୀ ବିନା କୌଣସି ଅସୁବିଧାରେ ଜମିର ଖଜଣା ଦେଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ, ଗଂଜାମ, ନବରଙ୍ଗପୁର ଏବଂ ପୁରୀର କିଛି ଚାଷୀଙ୍କ ସହ ଏହି ଅନଲାଇନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ଚାଷୀମାନେ ମଧ୍ୟ ଏଭଳି ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ରାଜସ୍ବ ବିଭାଗକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ଇନିସିଏଟିଭର ପ୍ରମୁଖ ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ, ୨୦୨୦ ସୁଦ୍ଧା ସମସ୍ତ ସରକାରୀ ସେବାକୁ ଅନଲାଇନ୍ ଜରିଆରେ ଉପଲବ୍ଧ କରାଯିବ । ମୁଖ୍ୟମନ୍ତ୍ରୀଙ୍କ 5-ଟି କାର୍ଯ୍ୟକ୍ରମର ଏହା ହିଁ ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ ।

Share

Leave a Reply

Your email address will not be published. Required fields are marked *

12 − six =