ଘରୋଇ ହସ୍ପିଟାଲ ଓ କ୍ଲିନିକଗୁଡ଼ିକ ଚେତାବନୀ

ଭୁବନେଶ୍ବର()  ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଅଧିକାଂଶ ସ୍ଥାନରେ ସାଧାରଣ ରୋଗୀଙ୍କୁ କରୋନା ରୋଗୀଭାବି ଚିକିତ୍ସା କରାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟର ଘରୋଇ ହସ୍ପିଟାଲ/ କ୍ଲିନିକଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କଡ଼ା ଚେତାବନୀ ଦେଇଛନ୍ତି । ରାଜ୍ୟର ହଟସ୍ପଟ ଜିଲ୍ଲାର ରୋଗୀଙ୍କୁ ଚିକିତ୍ସା ନକଲେ ସମ୍ପୃକ୍ତ ଘରୋଇ ହସ୍ପିଟାଲ/ କ୍ଲିନିକଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି । ଚିକିତ୍ସା ନକରିବା ଏକ ନୀତିଗତ ଭୁଲ ଓ ବେଆଇନ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଚିିକିତ୍ସା ନକଲେ ଘରୋଇ ହସ୍ପିଟାଲ/ କ୍ଲିନିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =