ବାପୁଜୀନଗର ୪ ମେଡିସିନ ଷ୍ଟୋର ସିଲ

ଭୁବନେଶ୍ବର() ରାଜମହଲ ଛକ ବାପୁଜୀ ନଗର ପାଶ୍ୱର୍ରେ ଥିବା ୪ଟି ମେଡିସନ୍‌ ଦୋକାନକୁ ବିଏମ୍‌ସି ସିଲ୍‌ କରିଛି । କୋଭିଡ୍‌ ନିୟମର ଉଲଂଘନ କରି ଦୋକାନଗୁଡ଼ିକ କିଣାବିକା କରୁଥିଲେ । ସାମାଜିକ ଦୂରତ୍ୱର ଧଜିଆ ଉଡ଼ାଉଥିଲେ । ବାପୁଜୀନଗରରେ ଥିବା ବାଲାଜୀ ମେଡିସିନ ଷ୍ଟୋର, ରବୀନ୍ଦ୍ର ମେଡିସିନ ଷ୍ଟୋର, ବାପୁଜୀ ମେଡିସିନ ଷ୍ଟୋର, ସାଇରାମ ମେଡିସିନ ଷ୍ଟୋରକୁ ବନ୍ଦ କରିଛି ବିଏମସି ।

ବାରମ୍ବାର ତାଗିଦ ସତ୍ତେ୍ୱ ନ ସୁଧୁରିବାରୁ ବିଏମ୍‌ସି ଜୋନଲ୍‌ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ଉ କରି ଏହି ୪ଟି ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କରିଛି ।

ଶୁକ୍ରବାର ସନ୍ଧ୍ୟାରେ ଔଷଧ କିଣିବାକୁ ଦୋକାନଗୁଡ଼ିକ ସାମ୍ନାରେ ପ୍ରବଳ ଭିଡ଼ ଜମିଥିଲା । ଏହି ଅଭିଯୋଗ ବିଏମ୍‌ସି ପାଖରେ ପହଞ୍ଚିବା ପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Share

Leave a Reply

Your email address will not be published. Required fields are marked *

1 × five =